ନୂଆଦିଲ୍ଲୀ : ପରଲୋକରେ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲ । ମାତ୍ର ୪୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଆମେରିକାରେ ସ୍କିଇଂ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିଲେ । ତାଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ ଏବଂ ଭଲ ହୋଇ ଘରକୁ ଫେରିବା ଆଶା ଥିଲା । ମାତ୍ର ହଠାତ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ବାପା ଅନୀଲଙ୍କ ପରି ଅଗ୍ନିବେଶ ମଧ୍ଯ ଜଣେ ସଫଳ ବ୍ୟବସାୟୀ ଥିଲେ । ସେ ଫୁଜୈରା ଗୋଲ୍ଡ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ହିନ୍ଦୁସ୍ଥାନ ଜିଙ୍କର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
ସେପଟେ ପୁଅର ଦେହାନ୍ତ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି ଅନୀଲ । ପୋଷ୍ଟ କରି କହିଛନ୍ତି ଯେ, ପୁଅର ପରଲୋକ ନିଜ ଜୀବନର “ସବୁଠାରୁ ଅନ୍ଧକାରମୟ ଦିନ । ଅଗ୍ନିବେଶ କେବଳ ତାଙ୍କ ପୁଅ ନଥିଲେ ବରଂ ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ। ପୁଅର ସ୍ମୃତିରେ ଅନୀଲ ଅଗ୍ରୱାଲ ତାଙ୍କ ଆୟର ୭୫% ରୁ ଅଧିକ ଅଂଶ ସମାଜସେବାରେ ଦାନ କରିବେ ବୋଲି କହିଛନ୍ତି ।

