ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପରିଖି ପଂଚାୟତର ଏକାଧିକ ୱାର୍ଡ଼ ସଭ୍ୟଙ୍କ ସହ ସଂଖ୍ୟାଧିକ ବିଜେଡ଼ି ଓ କଂଗ୍ରେସ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସିଦ୍ଧି ମଣ୍ଡପରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ ଯୋଗଦେଇ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବିଗତ ୧୨ବର୍ଷ ଧରି ଦେଶର ବିକାଶଧାରାକୁ ଶୀର୍ଷରେ ପହଂଚାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକକଲ୍ୟାଣ ଯୋଜନା ଆଜି ଗ୍ରାମାଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ୨ବର୍ଷ ମଧ୍ୟରେ ଗ୍ରାମାଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ ଏହି ଅବସରରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ବ୍ୟାପକ ଭାବେ ଏହିଭଳି ମିଶ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ଦଳର ହଜାର ହଜାର କର୍ମୀ ଓ ସମର୍ଥକ ବଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ କଂଗ୍ରେସ ସମର୍ଥିତ ୧୨ନଂ ୱାର୍ଡ଼ ସଭ୍ୟା ସାଧନା ଖଟୁଆ, ବିଜେଡ଼ି ସମର୍ଥିତ ୫ନଂ ୱାର୍ଡ଼ ସଭ୍ୟା ସୀତା, ପୂର୍ବତନ କଂଗ୍ରେସ ୱାର୍ଡ ସଭ୍ୟା ଆରତୀ ଦାସ, ପୂର୍ବତନ ବିଜେଡ଼ି ୱାର୍ଡ ସଭ୍ୟ ବିମଲ ଦଣ୍ଡପାଟଙ୍କ ସମେତ ସୁଶାନ୍ତ ମହାନ୍ତି, କଂଗ୍ରେସ ନେତା ଶ୍ରୀହରି ଗିରି, ନିମାଇଁ ଚନ୍ଦ୍ର ଦାସ, ମହିଳା ଏସଏଚଜି ନେତ୍ରୀ କବିତା ଦାସ, ଅରୁଣ ଦାସ, ନନିଗୋପାଳ ଦାସ, ଆଲୋକ ଦାସ, ରାଜେଶ ଦାସ, ବସନ୍ତ ଦାସ, ବଳରାମ ଦାସ, ତପନ କୁମାର ମାଝୀ, ରାଧାକୃଷ୍ଣ ମାଝୀ ପ୍ରମୁଖ ବିଜେପିରେ ସାମିଲ ହୋଇ ରାଷ୍ଟ୍ରସେବାରେ ନିଜକୁ ନିୟୋଜିତ କରିବା ସହିତ ଆଗାମୀ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ଭରପୁର ପ୍ରୟାସ କରିବେ ବୋଲି ଘୋଷଣା କରିଥିଲେ । ଜିଲ୍ଲା ଉପ ସଭାପତି ଗୌରାଙ୍ଗ ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନନ୍ତ ନାୟକ, ଲୋକନାଥ ଭୂୟାଁ, ଅନୀଲ ପାତ୍ର, ମାମନୀ ହାତୀ, ରାଜୀବ କର, ଅମଲ ପ୍ରଧାନ, ବାବୁଲାଲ ସିଂ, ରବୀନ୍ଦ୍ର ମଣ୍ଡଳ, ଗୋରାଚାନ୍ଦ ମଣ୍ଡଳ, ମୋହନ ପଣ୍ଡା, ବିପିନ ବାରିକ ପ୍ରମୁଖଙ୍କ ସମେତ ପରିଖି ପଂଚାୟତର ବିଜେପି ନେତା ଏହି ମହା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।

