ଭଦ୍ରକ,ଦୋଳସାହି ଟି ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ। ତିହିଡ଼ି ବ୍ଳକ ଅଧିନ ଦୋଳସାହି ପଞ୍ଚାୟତ ର ରାମନାରାୟଣ ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆ ରେ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି ।ସୁଚନା ମୁତାବକ ରାମନାରାୟଣ ଉଚ୍ଚ ବିଦ୍ୟାଳୟ ର ଖେଳ ପଡ଼ିଆ ରେ ହୋଇଥିବା ଟି ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଠ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ଅର୍ଣପାଳ ର ଫ୍ୟୁରିଅସ କ୍ରିକେଟ ଟିମ ସହ ଇଛାପୁର ର ବ୍ରଦର୍ସ କ୍ରିକେଟ ଟିମ ସହ ଲଢେଇ ହୋଇଥିଲା।ବ୍ରଦର୍ସ କ୍ରିକେଟ ଟିମ 16 ଓଭର ରେ 247 ରନ୍ କରିଥିଲା ବେଳେ ଫ୍ୟୁରିଅସ କ୍ରିକେଟ ଟିମ 16 ଓଭର ରେ 215 ରନ୍ କରି ପରାଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ଶିକ୍ଷାମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଗୋଟିଏ ବଲ ଖେଳି 4 ରନ୍ ସଂଗ୍ରହ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାମନାରାୟଣ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଅଧୀର ତରାଇ ଯୋଗଦାନ କରିଥିଲାବେଳେ ପୁର୍ବତନ ସରପଞ୍ଚ ସୁଶାନ୍ତ ସେଠି, ଧର୍ମ ଅଧୀକାରୀ ବେହେରା ପ୍ରଶାନ୍ତ ସେଠି ,ଭକ୍ତହରି ଜେନା କମଳାକାନ୍ତ ଜେନା ପୁର୍ଣଚନ୍ଦ୍ର ଜେନା ସନ୍ତୋଷ କୁମାର ଜେନା ସୁଶୀଲ ସେଠି ପ୍ରମୁଖ ସହଯୋଗ କରିଥିଲେ । ବିଜେତା ବ୍ରଦର୍ସ କ୍ରିକେଟ କୁ 50 ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ପରାଜିତ କରିଥିବା ଫ୍ୟୁରିଅସ କ୍ରିକେଟ ଟିମ କୁ 30 ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ଜଣାଯାଇଛି।

