ପାରାଦୀପ : କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଜାର ନିକଟରେ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଜଣେ ଗୁରୁତର । ଗୁରୁତରକୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିରେ ବାଗୋଇ ଗାଁର ସଂଗ୍ରାମ ସ୍ୱାଇଁ ଓ ମାନସ ପ୍ରଧାନ ବାଇକରେ ଘରକୁ ଫେରୁଥିବା ବେଳେ କୁଜଙ୍ଗ ବଜାର ନିକଟରେ ଏକ ବାଲି ବୋଝେଇ ହାଇଓ୍ବା ଗାଡ଼ି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସଂଗ୍ରାମ ସ୍ୱାଇଁ ମୃତ୍ୟୁ ବରଣ କରିଥିବା ବେଳେ ମାନସ ପ୍ରଧାନ ଗୁରୁତର ହୋଇଥିଲେ ।

