ଆଜି ଭାରତ-ପାକିସ୍ତାନ ଫାଇନାଲ । ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଫାଇନାଲରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ବନ୍ଦୀ। ଆୟୁଷ ମହାତ୍ରେଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ନବମ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ଭାରତ । ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଜିତି ଚମତ୍କାର ଫର୍ମରେ ରହିଛି ଟିମ୍ । ତେଣୁ ଆଜିର ମ୍ୟାଚରେ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍ସ । ଭାରତ ସେମିରେ ଶ୍ରୀଲଙ୍କା ହରାଇ ଫାଇନାଲକୁ ଯାଇଛି ।
ସେହିପରି ଗତ ଥରର ବିଜେତା ବାଂଲାଦେଶକୁ ହରାଇ ଫାଇନାଲକୁ ଯାଇଛି ପାକିସ୍ତାନ । ସବୁ ଦୃଷ୍ଟିରୁ ଭାରତର ପଲ୍ଲା ଭାରି ରହିଛି । ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ, କ୍ୟାପଟେନ ଆୟୁଷ ମହାତ୍ରେ, ୱିକେଟ କିପର୍ ରକ୍ଷକ ଅଭିଜ୍ଞାନ କୁଣ୍ଡୁ ପୁରା ଫର୍ମରେ ରହିଛନ୍ତି । ବୋଲିଂରେ ଦୀପେଶ ଦେବେନ୍ଦ୍ରନ୍ ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରନ୍ତି ।

