ଭୁବନେଶ୍ବର: ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଏକାସଙ୍ଗେ ୫ଟି ସ୍ଥାନରେ ରେଡ୍। ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ ୫ଟି ସ୍ଥାନରେ ପଞ୍ଚା ମାରିଛି ଭିଜିଲାନ୍ସ ।
ଚଢାଉରେ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ପାସ ବୁକ ଜବତ ହୋଇଥିବା ସୂଚନା ମିଳିଛି । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ରହିଛି ।

