ରାଜ୍ୟ

ବାରବାଟୀ ବ୍ୟାଟେଲ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

Spread the love

ଭୁବନେଶ୍ୱର  : ବାରବାଟୀ ବ୍ୟାଟେଲ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି ।  ସ୍ବତନ୍ତ୍ର ଫ୍ଲାଇଟରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ହୋଟେଲକୁ ଯାଇଥିଲେ ।  ହୋଟେଲ ପରିସରରେ ଉଭୟ ଟିମର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।  ଆସନ୍ତା ଡିସେମ୍ବର ୯ ତାରିଖରେ ପ୍ରଥମ ଟି ଟ୍ବେଣ୍ଟି ଲଢ଼େଇ ।  ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି ଟ୍ବେଣ୍ଟି ଖେଳାଯିବ ।  ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଦଳ ।  ଦୁଇ ଦିନ ପରେ ବାରବାଟୀ ଟକ୍କର ।

ଗତକାଲି ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପହଞ୍ଚି ସାରିଛନ୍ତି ।  ଦୁଇ ଟିମର ସମସ୍ତ ଖେଳାଳି ପହଞ୍ଚିଛନ୍ତି ।  ଖେଳାଳିଙ୍କୁ ପାରମ୍ପରୀକ ରୀତିରେ ସ୍ବାଗତ କରାଯାଇଛି । ହୋଟେଲ ମେ ଫେୟାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ହୋଟେଲ ମେ ଫେୟାର ।

Leave a Reply

Your email address will not be published. Required fields are marked *