ତିହିଡି- ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଓଝାଙ୍କ ଦ୍ଵିତୀୟ ଇଂରାଜୀ ପୁସ୍ତକ “ୟୁନିକ୍ ଫିଲିଙ୍ଗ” ଉନ୍ମୋଚିତ ହୋଇ ଯାଇଛି । ପବିତ୍ର ଶ୍ରାବଣ ପୂର୍ଣ୍ଣିମା ରକ୍ଷା ବନ୍ଧନ ଉତ୍ସବ ଅବସରରେ “ଆମ ଓଡ଼ିଶା” ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ୨୦୨୫ ଏକ ସ୍ବତନ୍ତ୍ର ରୂପରେ ଆୟୋଜିତ ସଭାରେ ଶ୍ରୀ ଓଝାଙ୍କର ଏହି ପ୍ରବନ୍ଧ ସଙ୍କଳନ ଇଂରାଜୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । ମଞ୍ଜୁଳ ମଞ୍ଜରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର, ଭଦ୍ରକସ୍ଥିତ ବୌଦ୍ଧିକ ମଣ୍ଡପର ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଉଦ୍ଘାଟକ ତଥା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଇଂ. ଅଭୟ ସୂତାର, ଅଜୟ କୁମାର ନାୟକ, ବିଦ୍ୟାଳୟର ସମ୍ପାଦକ ବିଭୂଚନ୍ଦନ ଜେନା ଆଦିଙ୍କ କରକମଳରେ ପୁସ୍ତକ ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ପ୍ରଫେସର ଅଟଳ ବିହାରୀ ନାୟକ । ଭଦ୍ରକ ଜିଲ୍ଲା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ନିହାର ରଞ୍ଜନ କର ଏବଂ ସଂଯୋଜକ ଡ. ହରିହର ନାୟକ ସଦୟ ଉପସ୍ଥିତ ଥିଲେ । ଶ୍ରୀ ଓଝା ଜଣେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ସମାଜକୁ ତାଙ୍କର ଦୁଇ ଦୁଇଟା ଇଂରାଜୀ ପୁସ୍ତକ ଭେଟି ଦେବା କିଛି କମ୍ କଥା ନୁହେଁ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

