ରାଜ୍ୟ

ତେଜସ୍ୱୀଙ୍କ ସହିତ ତେଜ ପ୍ରତାପଙ୍କୁ ବିଜୟର ଆଶୀର୍ବାଦ ଦେଲେ ରାବ୍ରୀ ଦେବୀ

Spread the love

ପାଟନାବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତଦାନ ଆରମ୍ଭ ହୋଇଛି। ‌ନିଜର ନେତା ବାଛିବାକୁ ଲୋକେ ମତଦାନ କେନ୍ଦ୍ରରେ ଲାଇନ୍ ଲଗାଇଥିବା ବେଳେ ଲାଲୁ ଯାଦବଙ୍କ ପରିବାର ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସେମାନଙ୍କର ମତଦାନ କରିଛନ୍ତି।ମତଦାନ ‌ପ‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ତାଙ୍କ ଉଭୟ ପୁଅ ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ବିଜୟର ଆଶୀର୍ବାଦ ଦେଇଛନ୍ତି। ସେ କହିଛନ୍ତି, “ମୋର ୨ପୁଅ ଜନସାଧାରଣଙ୍କ ସେବା କରୁଛନ୍ତି ଏବଂ ନିଶ୍ଚିତ ଭାବରେ ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ସେମାନଙ୍କୁ ମିଳିବ।” ରାବ୍ରୀ ଦେବୀଙ୍କ ଏହି ବୟାନ ଏହା ପ୍ରକାଶ କରିଥିଲା ​​ଯେ, ପରିବାରରେ ରାଜନୈତିକ ମତଭେଦ ଅପେକ୍ଷା ଅଧିକ ଏକତା ଅଛି।

Leave a Reply

Your email address will not be published. Required fields are marked *