ରାଜ୍ୟ

କମିବ ବିଏମ୍‌ସିର ସ୍ବାୟତ୍ତ କ୍ଷମତା: ରାଜନୀତିରେ ପେଷି ହେଉଛନ୍ତି ରାଜଧାନୀବାସୀ, ଇଚ୍ଛା ଅନୁସାର କରିପାରିବେନି ଖର୍ଚ୍ଚ

Spread the love

ଭୁବନେଶ୍ବର: ସ୍ବାୟତ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ହେବାକୁ ଯାଉଛି ପରାୟତ୍ତ। ରହିବନି ନିଜସ୍ବ ଇଚ୍ଛା ଅନୁସାରେ ଖର୍ଚ୍ଚ ଅଧିକାର। ପୂର୍ବ ଭଳି ସରକାରଙ୍କ ପକ୍ଷରୁ ଆଉ ମିଳିବନି ମୋଟା ଅଙ୍କର ଅନୁଦାନ। ପୂର୍ବରୁ ମିଳୁଥିବା କୋଟିଏ ଟଙ୍କାର ୱାର୍ଡ ବଜେଟ୍ ବି ଆଉ ମିଳିବନି। ବିଏମ୍‌ସି ପ୍ରକଳ୍ପର ତାଲିକା ଦେବା ପରେ ସରକାର ଏହାର ଅନୁଧ୍ୟାନ କରି ଉଭୟ ପ୍ରକଳ୍ପ ତାଲିକା ଓ ଅନୁଦାନ ମଞ୍ଜୁର କରିବେ। ସେହି ଅନୁସାରେ ବିଏମ୍‌ସି ପ୍ରକଳ୍ପ ବାବଦ ଖର୍ଚ୍ଚ କରିବ। ସବୁ ଟଙ୍କା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷଠାରୁ ନଗର ଉନ୍ନୟନ ବିଭାଗର ଏଭଳି ନିର୍ଦ୍ଦେଶନାମା କର୍ପୋରେଟର୍‌ଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ଏଭଳି ବ୍ୟବସ୍ଥାକୁ କର୍ପୋରେଟର୍‌ମାନେ ବିରୋଧ କରିଛନ୍ତି। ହୀନ ରାଜନୀତିର ଏହା ପ୍ରତିଫଳନ ବୋଲି ଅଭିଯୋଗ କରିଛନ୍ତି।
ସେପଟେ ବିଏମ୍‌ସି ବିଜେଡି ଦଖଲରେ ଥିବାବେଳେ ରାଜ୍ୟରେ ବିଜେପି ସରକାର। ଏଣୁ ସରକାରୀ ଅନୁଦାନ ମିଳିବାରେ ସରକାର ଟାଳୁଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯେଉଁଥିପାଇଁ ବର୍ଷେ ହେଲାଣି ବିଏମ୍‌ସିରେ ଆର୍ଥିକ ଅଚଳାବସ୍ଥା ଦେଖାଦେଇଛି ଓ ରାଜଧାନୀର ବିକାଶ ମନ୍ଥର ପଡ଼ିଯାଇଛି। ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ ବିଏମ୍‌ସିକୁ ଅନୁଦାନ ମିଳୁ ନଥିବାରୁ ବିକାଶ କାମ ଆଗେଇ ପାରୁନି। ବିଜେପି-ବିଜେଡିର ଏହି ରାଜନୀତି ଭିତରେ ରାଜଧାନୀବାସୀ ପେଷି ହେଉଛନ୍ତି।

Leave a Reply

Your email address will not be published. Required fields are marked *