ରାଜ୍ୟ

ରେମୁଣା ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ

Spread the love

ସୋମବାର ସକାଳ ୧୦ ଘଟିକା ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବର୍ଦ୍ଧନପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ ହୋଇଥିଲା। ସର୍ବ ପ୍ରଥମେ ବର୍ଦ୍ଧନପୁର ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ଅନ୍ତର୍ଗତ ମଣିନାଗେଶ୍ଵର କମ୍ୟୁନିଟି ସେଣ୍ଟର ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ସ୍କୁଲ ଅନ୍ତର୍ଗତ ବର୍ଦ୍ଧନପୁର ମଣିନାଗେଶ୍ଵର ଉଚ୍ଚ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଏହି ଅବସରରେ ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦ୍ବିବେଦୀ, ବର୍ଦ୍ଧନପୁର ସରପଞ୍ଚ ଆରତୀ ଶତପଥୀ, ସମିତି ସଭ୍ୟା ସସ୍ମିତା ମହାକୁଡଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଦତ୍ତ ଆୟୋଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ଉମାକାନ୍ତ ପଣ୍ଡା, ମଣ୍ଡଳ ସଭାପତି ମାୟାଧର ପ୍ରଧାନ, କାହ୍ନୁ ଚରଣ ବେହେରା, ସରୋଜ ଦାସ, ଗୁଣନିଧି ସେଠୀ, ଅନନ୍ତ ସାହୁ, ଜୟନ୍ତୀ ପାତ୍ର, କନକଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *