ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ନାଁ ନ ନେଇ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର
ଭୁବନେଶ୍ବର: ନାଆଁ ନ ନେଇ ଇସାରାରେ ପୁଣି ଭି.କେ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ବହୁଚର୍ଚ୍ଚିତା ଶ୍ରୀମୟୀ ମିଶ୍ର। ଏଥର ଭି.କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ବି ଧୋଇଛନ୍ତି ସେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯିବା ପୂର୍ବରୁ ଆଜି ଏହି ବାଣଛାଡ଼ି ବିଜେଡିକୁ ଘାଇଲା କରିଛନ୍ତି ଶ୍ରୀମୟୀ। ସେ ନିଜର ଫେସବୁକ୍ରେ ଲେଖିଛନ୍ତି, Titanic କୁ ସମ୍ପୂର୍ଣ ବୁଡ଼ାଇବା ପାଇଁ ବିଶ୍ବସ୍ତରୀୟ ଯୋଜନା*। ଶୁଣିବାକୁ ମିଳୁଛି ଶକ୍ତି ନାନୀ, କୁଆଡ଼େ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ। ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ।କେନ୍ଦ୍ରପଡ଼ାରେ ବାପଘର। ଯେମିତି ଏପର୍ଯ୍ୟନ୍ତ ନୂଆପଡ଼ାରେ ମାମୁଁ ଘର ମିଳୁନି ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବାପଘର ଠିକଣା ଖୋଜିବାକୁ ନାନାଦି ଡ୍ରାମା ହେବ। କାରଣ ଯିଏ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି। ଇଲେକ୍ସନ୍ କମିଶନ୍ ଯାହାଙ୍କ ଶକ୍ତିରେ ବେଡି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ।