ମାଲକାନଗିରି ପୁଲିସ ଏକ ଭିନ୍ନ ଢଙ୍ଗରେ ଚୋରା ଚଲାଣ ହେଉଥିବା ତରଳ ଗଂଜେଇ ଚାଲାଣକୁ ପଣ୍ଡ କରିଛି। ଟଲିଉଡ ଚଳଚ୍ଚିତ୍ର ‘ଘାଟି’ ଚଳଚିତ୍ରରେ ଯେଉଁ ଭଳି ଗଂଜେଇ ବିଦେଶକୁ ଚାଲାଣ କରାଯାଉଥିବା ଦୃଶ୍ୟ ସିଲଭର ସ୍କ୍ରିନରେ ଦର୍ଶାଯାଇଛି, ଏଠାରେ ସମାନ ପ୍ରକାରର ବିଦ୍ୟାକୁ ଅନୁସରଣ କରାଯାଇଛି। ମାଲକାନଗିରି ପୁଲିସ ୬୦ କିଲୋ ଓଜନର ତରଳ ଗଂଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ।ଚିତ୍ରକୋଣ୍ଡା ଆଞ୍ଚଳରୁ ତରଳ ଗଂଜେଇ ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ୮ ଜଣ ସନ୍ଦିଗ୍ଧ ବ୍ୟକ୍ତି ଏସାର ଛକ ନିକଟରେ ଏକତ୍ରିତ ହୋଇଛନ୍ତି। ପୁଲିସ ତୁରନ୍ତ ସେହି ସ୍ଥାନରେ ପହଂଚିବା ପରେ ସନ୍ଧିଗ୍ଧ ବ୍ୟକ୍ତିମାନେ ଛତ୍ର ଭଙ୍ଗ ଦେଇଥିଲେ। ପୁଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଜଂଗଲ ଅଂଚଳ ଥିବାରୁ ଜଂଗଲରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଖସି ପଳାଇବାରେ ସଫଳ ହୋଇଥିବା ପୁଲିସ କହିଛି। କିନ୍ତୁ ସେହି ଅଂଚଳରେ ଯାଞ୍ଚ କରିବା ପରେ ୮ଟି ବାଇକ ସାଇକେଲ ଏବଂ ୬୦ କେଜି ଗଂଜେଇ ତେଲ ଜବତ କରିଛି ପୁଲିସ।

