Uncategorized

ରାଜଧାନୀରେ ଏକତା ଦୌଡ଼: ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Spread the love

ଭୁବନେଶ୍ୱର: ଏକ ଭାରତ, ଆତ୍ମନିର୍ଭର ଭାରତ। ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଏକତା ଦୌଡ଼। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏହି ଦୌଡ଼ର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଦୌଡ଼ରେ ସାମିଲ ହୋଇଥିଲେ। ଏକତା ପାଇଁ ଦୌଡ଼ିବା, ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକତା ପାଇଁ ଶପଥ ପାଠ କରାଇଥିଲେ । କଳିଙ୍ଗ ଷ୍ଟାଡିୟମରୁ ଏହି  ଦୌଡ ଆରମ୍ଭ ହୋଇ ପାୱାର ହାଉସ  ଛକ ଦେଇ ପୁଣି କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଏକତା ଦୌଡ଼ରେ ସାମିଲ ହୋଇ ଦୌଡ଼ି ଥିଲେ।

Leave a Reply

Your email address will not be published. Required fields are marked *