ରାଇଘର,୨୫/୧୧ (): ବକେୟା ଟଙ୍କା ମାଗିବାରୁ ଜଣେ ବ୍ୟବସାୟୀଙ୍କୁ ଘରୁ ଟାଣି ଆଣି ପ୍ରାଣାନ୍ତକ ଆକ୍ରମଣ ହାଇଛି। ଏହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଗୁରୁତର ମାଂସ ବ୍ୟବସାୟୀ ନବରଙ୍ଗପୁର ଜିଲ୍ଲା ଜିଲ୍ଲା ରାଇଘର (ଡିଏନକେ) ର ସପନ ମଲା ଲାଙ୍ଗି ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ବାରସ୍ଥ ହୋଇଥି ଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତ ୬ ମାସ ପୂର୍ବେ ଭାରଶୁଣ୍ଡି (ଡିଏନକେ) ଗ୍ରାମର ଦିନେଶ ହାଲଦାରଙ୍କୁ ଦେଶୀ କୁକୁଡ଼ା ନିମନ୍ତେ ମାଂସ ବ୍ୟବସାୟୀ ସପନ ମଲାଙ୍ଗି ୨୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ । କିନ୍ତୁ ଦିନେଶ ଦେଶୀ କୁକୁଡ଼ା ଦେଇ ନଥିଲେ କି ଟଙ୍କା ବି ଫେରାଇ ନଥିଲେ। ଏନେଇ ବାରମ୍ବାର ଫୋନ୍ କଲେ ମଧ୍ୟ ଦିନେଶ ଫୋନ୍ ଉଠାଉ ନଥିବା ସପନ ପ୍ରକାଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଦିନେଶ ଆଉ ସପନ ମୁହାଁମୁହିଁ ଭେଟ ହେବା ପରେ ବକେୟା ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ଶୁକ୍ରବାର ସକାଳ ୭ଟା ସମୟରେ ଦିନେଶ ସହିତ ୫ଜଣ ଯୁବକ ସପନ ମଲାଙ୍ଗିଙ୍କ ଘରକୁ ଆସି ସପନ ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ ରାସ୍ତାକୁ ଟାଣି ଆଣି ନିର୍ଧୂମ ମାଡ଼ ମାରିଥିଲେ। ଲାତ ଗୋଇଠା ସହିତ ଠେଙ୍ଗାରେ ନିଧୁମ ମାଡ଼ ମାରିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ରାଇଘର ଥାନା ଅଞ୍ଚଳରେ ହତ୍ୟା, ଚୋରି ଓ ଡକାୟତି ନିତିଦିନିଆ ଘଟଣା ହୋଇଥିବାରୁ ସ୍ଥାନୀୟ ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

