ରାଜ୍ୟ

ଘରୁ ଟାଣି କଚାଡ଼ି ମାରିଲା ହାତୀ, କ୍ଷତିପୂରଣ ଦାବି

Spread the love

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ ବେଲାଟୁଣ ଗ୍ରାମର ବିକ୍ରମ ନାୟକଙ୍କୁ (୪୦)ଙ୍କୁ ଶୁକ୍ରବାର ରାତିରେ ହାତୀ ଘରୁ ଘୋଷାଡ଼ି ଆଣି ବିଲରେ ଦଳି ଚକଟି ମାରିଦେଇ ଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଇଲାକାରେ ଭୟର ବାତାବରଣ ଖେଳିଯାଇଛି।ବିକ୍ରମ ଗ୍ରାମ ନିକଟରେ ବିଲମାଳରେ ଥିବା ଏକ କୁଡ଼ିଆ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ହାତୀ ଟାଣି ନେଇ ଆକ୍ରମଣ କରିବା ସହ ଦାନ୍ତ କିମ୍ବା ପାଦରେ ଦଳି ଦେବା ଯୋଗୁ ଅନ୍ତପୁଟା ବାହାର କରିଦେଇଥିଲେ। ସକାଳୁ ବିଲରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିବା ପରେ ପରିବାର ଓ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏସିଏଫ ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ ବନ ବିଭାଗ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି।ସରକାରଙ୍କ ନୀତି ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *