କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲା, ଝାରପଡା ଜେଲରେ ଦୀପକ ରାଉତଙ୍କୁ ଜେରା
ଭୁବନେଶ୍ବର: କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ଝାରପଡା ଜେଲରେ ମୃତ ଅପର୍ଣ୍ଣାଙ୍କ ସ୍ୱାମୀ ଦୀପକ ରାଉତଙ୍କୁ ପଚରାଉଚରା । ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୁଲିସ। ଆଜି ସକାଳୁ ୩ ଘଣ୍ଟା ଧରି ଦୀପକଙ୍କୁ ଝାଳବୁହା ଜେରା କଲା ଖୁଣ୍ଟୁଣୀ ପୁଲିସ ।ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଝାଳବୁହା ଜେରା। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକଙ୍କୁ ପଚରାଉଚରା କରିଥିଲା ପୁଲିସ । ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୁଲିସ ହାତରେ ଲାଗିଛି। ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ଲଭ ରିଲେସନ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ। ସିପି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ। ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ। ଏପରିକି ଅପର୍ଣ୍ଣା ଆରଆଇ ଭାବେ ଚାକିରୀ କରିଥିବାରୁ ତାଙ୍କ ନାଁ ରେ ଏକ ଲୋନ କରି, ମାଛ ଚାଷ କରିଥିଲେ ଏହି ଧରମ ଭଉଣୀ ଜଣଙ୍କ।