ରାଜ୍ୟ

ଦୀପାବଳିରେ ଅଘଟଣ: ହାତରେ ବାଣ ଫୁଟି ଦୁଇ ଯୁବକ ଗୁରୁତର

Spread the love

ଦୀପାବଳିରେ ଅଘଟଣ, ଦୁଇ ଗୁରୁତର। ହାତରେ ବାଣ ଫୁଟି ଜଣେ ଯୁବକଙ୍କର ପାପୁଲି ନଥିବା ବେଳେ ପାଖରେ ଥିବା ଅନ୍ୟ ଜଣେ ଯୁବକଙ୍କ କାନକୁ ଶୁଣା ଯାଉନାହିଁ। ଦୁଇଜଣଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କି ମେଡିକାଲକୁ ଅଣାଯିବା ପରେ ପାପୁଲି ନଥିବା ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତିରେ।ସାଙ୍ଗମାନଙ୍କ ସହ ମିଶି ଦୀପାବଳିରେ ବାଣ ଫୁଟାଇବା ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହାତ ପାପୁଲି ନଥିବା ଗୁରୁତର ଯୁବକ ହେଲେ ଷଣ୍ଢକୁଦ ବସ୍ତିର ସମୀର ବେହେରା ଓ ଅନ୍ୟ ଜଣେ ଆହତ କାନକୁ ଶୁଣା ଯାଉନଥିବା ଯୁବକ ସେହି ବସ୍ତିର ଶୁଭନାଥ ମହାନ୍ତି।ତେଣେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ଦୀପାବଳିରେ ଅଘଟଣ ଘଟିଛି। ବାଣ ଫୁଟାଉଥିବା ବେଳେ ପୁଣି ଅଘଟଣ ଘଟିଛି। ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ବାବୁ ମହାନ୍ତି।

Leave a Reply

Your email address will not be published. Required fields are marked *