ମୁଖ୍ୟ ଖବର

“ଡିଜିଟାଲ୍ ଡିଟକ୍ସରେ ଥିଲେଫ୍ରେଡ୍ ରାମସଡେଲ। “ଡିଜିଟାଲ୍ ଡିଟକ୍ସ” ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଫୋନ୍, ଟାବଲେଟ୍ କିମ୍ବା ସମାନ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଠାରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ରହିବା।

Spread the love

ନୂଆଦିଲ୍ଲୀ:  ନୋବେଲ ପୁରସ୍କାର କମିଟି ଚଳିତ ବର୍ଷର ଚିକିତ୍ସା କ୍ଷେତ୍ରରେ ବିଜେତାଙ୍କ ନାମ ଘୋଷଣା କରି ସାରିଛନ୍ତି। ଭେଷଜ (ମେଡିସିନ)ରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ଡାକ୍ତରଙ୍କୁ  ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ସିଆଟଲ ସହରରେ ରହୁଥିବା ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। 

ଉକ୍ତ ବୈଜ୍ଞାନିକମାନଙ୍କ ଆବିଷ୍କାର ବିଶ୍ୱକୁ ଏକ ନୂଆ ଆଶା ଦେଇଛି। ନୋବେଲ ପୁରସ୍କାର କମିଟି ଚଳିତ ବର୍ଷର ଚିକିତ୍ସା କ୍ଷେତ୍ରରେ ବିଜେତାଙ୍କ ନାମ ଘୋଷଣା କରିବା ପରେ ମ୍ୟାରୀ ଇ. ବ୍ରୁଙ୍କୋ  ଓ ଶିମୋନ୍ ସାକାଗୁଚିଙ୍କ ସହିତ ଯୋଗାଯୋଗ ହୋଇଥିବା  ବେଳେ ଫ୍ରେଡ୍ ରାମସଡେଲଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରି ନଥିଲା। ସେ ତାଙ୍କ ଫୋନ ସୁଇଜଅଫ କରି ଡିଜିଟାଲି ସଂଯୋଗ ଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇ ପରିବାର ସହିତ ପାହାଡ଼ିଆ ଅଞ୍ଚଳରେ ଛୁଟି କାଟିବା ପାଇଁ ଚାଲି ଯାଇଥିଲେ।

 ଏହାକୁ ଡିଜିଟାଲ୍ ଡିଟକ୍ସ କୁହାଯାଏ। “ଡିଜିଟାଲ୍ ଡିଟକ୍ସ” ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଫୋନ୍, ଟାବଲେଟ୍ କିମ୍ବା ସମାନ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଠାରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ରହିବା। ଏହା ଇଣ୍ଟରନେଟ୍ରେ ନିରନ୍ତର ସକ୍ରିୟ ରହିବାର ନିଶାକୁ ଭାଙ୍ଗିବାର ଏକ ସରଳ ଉପାୟ ବୋଲି ଫ୍ରେଡ୍ ରାମସଡେଲଙ୍କ ବିଶ୍ବାସ।

ଡିଜିଟାଲ୍ ଡିଟକ୍ସରେ ଏକ ସମୟ ସୀମା ସ୍ଥିର କରାଯାଏ। ଏହି ସମୟ ସୀମା ମଧ୍ୟରେ ମୋବାଇଲ୍ ଫୋନ୍ କିମ୍ବା ଲାପଟପ୍ ସମେତ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ବିଚ୍ଛିନ୍ନ ହେବା ଅନ୍ତର୍ଭୁକ୍ତ ରହିଥାଏ। ଅନେକ ଅଧ୍ୟୟନ ଦାବି କରିଛି ଯେ ଡିଜିଟାଲ୍ ଡିଟକ୍ସ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଅନେକ ଲାଭ ମିଳିଥାଏ। ଆପଣ ମାନସିକ ଭାବରେ ସକ୍ରିୟ ରୁହନ୍ତି, ଆପଣଙ୍କର ଏକାଗ୍ରତାରେ ଉନ୍ନତୀ ହୁଏ ଏବଂ ଆପଣଙ୍କ ଶରୀର ପୁନର୍ଜୀବିତ ହୁଏ।  ଅଧ୍ୟୟନ ଏହା ବି ଦାବି କରୁଛି ଯେ ଏହା ନିଦକୁ ଉନ୍ନତ କରେ।’

 
ଫ୍ରେଡ୍ ରାମ୍ସଡେଲ୍ ଜିଜିଟାଲ ଭାବେ ବିଚ୍ଛିନ୍ନ ରହି ବିଶ୍ୱକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ଏହା ହେଉଛି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ସଂଯୋଗୀକରଣ ଦୁନିଆରେ ବେଳେବେଳେ ଡିଜିଟାଲ୍ ବିରତି ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

Leave a Reply

Your email address will not be published. Required fields are marked *