ରାଜ୍ୟ

ବର୍ଷିବ, ବୁଡ଼ାଇବ, ବେହାଲ କରିବ… ରାଜଧାନୀକୁ ରେଡ୍ ଆଲର୍ଟ, ଆହୁରି ୫ ଦିନ ବର୍ଷାରୁ ନାହିଁ ନିସ୍ତାର…

Spread the love

ଭୁବନେଶ୍ବର: ଗୋଟେପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରକୁ ଘାଇଲା କରିଛି ଘଣ୍ଟାଏ କାଳର ବର୍ଷା । ପ୍ରବଳ ବର୍ଷା ପରେ ବେହାଲ ହୋଇଛି ରାଜଧାନୀ । ରାସ୍ତାରେ ପାଣି, ଘରେ ପାଣି ପଶି ଜୀବନ ଅସ୍ତବ୍ୟକ୍ତ ହୋଇଛି । ବର୍ଷା ପାଇଁ ଗାଡ଼ି ଫସିଛି, ଟ୍ରାଫିକ ଜାମ ହୋଇଛି । ଏମିତି ନାନା ସମସ୍ୟାରେ ଭୁବନେଶ୍ବର ଆଜି ଘଣ୍ଟାଏ ବର୍ଷା ପରେ ସମ୍ମୁଖୀନ ହୋଇଥିବା ବେଳେ ଭୁବନେଶ୍ବର ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅର୍ଥାତ ଭୁବନେଶ୍ବରରେ ପୁଣି ବର୍ଷା ହେବା ସହ ସ୍ଥିତି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । ସେପଟେ ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏଁ ଏହା ସକ୍ରିୟ ରହିବା ସହ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ତେବେ  ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ। 

Leave a Reply

Your email address will not be published. Required fields are marked *