ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରତିକ୍ରିୟା ଦେଲେ ପ୍ରେମାନନ୍ଦ ମହାରାଜ
ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ ଘରେ ଘରେ ବେଶ ପରିଚିତ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ୟ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନି ଫେଲ ହେଲା ପରେ ବି ପ୍ରେମାନନ୍ଦ ମହାରାଜ ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରନ୍ତି ପ୍ରବଚନ ଦିଅନ୍ତି ।
ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଅଛନ୍ତି। ତେଣୁ ତାଙ୍କୁ ନିୟମିତ ଡାଏଲିସିସ୍ କରିବାକୁ ପଡୁଛି। ଗତ ଅନେକ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଛି। ସେ ସକାଳ ପଦଯାତ୍ରା ମଧ୍ୟ କରୁନାହାଁନ୍ତି। ମହାରାଜଙ୍କ ଅନୁପସ୍ଥିତିକୁ ନେଇ ତାଙ୍କ ଭକ୍ତମାନେ ବହୁତ ଚିନ୍ତିତ ଅଛନ୍ତି