ରାଜ୍ୟ

ନବରଂଗପୁର ଜିଲ୍ଲାରେ ଦୁଇ ଦିନରେ ୬୯୬.୩ ମିମି ବର୍ଷା

Spread the love

ପାଣିପାଗ ବିଭାଗ ନବରଂଗପୁର ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି। ତିନି ଦିନ ହେବ ପ୍ରବଳ ବର୍ଷା ହେବା ଫଳରେ ଦଶହରା ବଜାର ଫିକା ପଡ଼ିଛି। ଆଜି ଦିନ ତମାମ ୪୫୯.୪ମିମି ବର୍ଷା ହୋଇଥିଲା। ଗତକାଲି ୨୩୬.୯ମିଲିମିଟର ବର୍ଷା ହୋଇଛି।

ଆଜି ଉମରକୋଟ ବ୍ଲକରେ ୪୩ମିମି ବର୍ଷା ହୋଇଛି। ନବରଙ୍ଗପୁରରେ ୫୩ମିମି, ନନ୍ଦାହାଣ୍ଡିରେ ୭୫ମିମି, ତେନ୍ତୁଳିଖୁଣ୍ଟି ୭୨ମିମି, ପାପଡାହାଣ୍ଡି ୫୫ମିମି, କୋଷାଗୁମୁଡା ୮.୪ମିମି, ଡାବୁଗାଁ ୫୮.୨ମିମି, ରାଇଘର ୫୧ମିମି, ଝରିଗାଁ ୩୩.୮ମିମି, ଓ ଚନ୍ଦାହାଣ୍ଡି ୧୦ମିମି ବର୍ଷା ହୋଇଛି। ଦୁଇ ଦିନର ବର୍ଷା ଫଳରେ ଇନ୍ଦ୍ରାବତୀ ନଦୀରେ ପାଣି ଭରିଛି।

ସେହିପରି ଜଳଭଣ୍ଡାରରେ ଆଜି ୬୩୮.୫୨୦ମିଟରରେ ପହଚିଂଛି। ୮୩.୮୮ମିମି ବର୍ଷା ଜଳଭଣ୍ଡାର ଉପରେ ହୋଇଛି। ଗତବର୍ଷ ଜଳଭଣ୍ଡାରରେ ୬୩୬.୯୮୦ମିଟର ରହିଥିଲା। ଆଜି ବି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। 

Leave a Reply

Your email address will not be published. Required fields are marked *