ରାଜ୍ୟ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Spread the love

ନୂଆପଡ଼ା: ନୂଆପଡ଼ା ଜିଲ୍ଲାକୁ ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଛନ୍ତି। ଖଡ଼ିଆଳଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖଡ଼ିଆଳ ୱିଏଷ୍ଟର୍ନ ଓଡ଼ିଶା ପବ୍ଲିକ ସ୍କୁଲରେ ସେବା ପକ୍ଷ ଉପଲେକ୍ଷ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ବୃକ୍ଷରୋପଣ କରିଛନ୍ତି। ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଛନ୍ତି। ଖଡ଼ିଆଳ ଠାରେ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି।ରାଜ୍ୟ ବିଜେପି  ସଭାପତି ହେବା ପରେ ଶ୍ରୀସାମଲଙ୍କର ଏହା ପ୍ରଥମ ନୂଆପଡ଼ା ଗସ୍ତ ହୋଇଥିବାରୁ ଅନେକ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଛି। ଶେଷରେ ନୂଆପଡ଼ା ବିଜେପି କାର୍ଯ୍ୟାଳୟଠାରେ ବିଜେପି ନେତା ଓ କର୍ମୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବ ରାଜ୍ୟ ସଭାପତି ତଥା ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ହିତେଶ ବଗତ୍ତି, ଜିଲ୍ଲା ବିଜେପି ସଭାପତି କମଲେଶ ଦୀଷିତ, ସହ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି

Leave a Reply

Your email address will not be published. Required fields are marked *