ରାଜ୍ୟ

ଦାଦନ ନେଉଛି ଜୀବନ: ୫ବର୍ଷରେ ୨୮୯ଜଣ ପ୍ରବାସୀଙ୍କ ମୃତ୍ୟୁ

Spread the love

ଦାଦନ ନେଉଛି ଜୀବନ। ୫ବର୍ଷରେ ୨୮୯ଜଣ ପ୍ରବାସୀଙ୍କ ଗଲାଣି ଜୀବନ। ରୋଜଗାର ଆଶାରେ ଓଡ଼ିଶାରେ ବାହାରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ମୃତ୍ୟୁସଂଖ୍ୟାର ରିପୋର୍ଟ ଏବେ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ରାଜ୍ୟକୁ କାମ କରିବା ପାଇଁ ଯିବା ପରେ ସେଠାରେ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇଥାନ୍ତି ପ୍ରବାସୀ ଶ୍ରମିକ। ଏବେ ୫ବର୍ଷ ଭିତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହାର ସୂଚନା ସାମ୍ନାକୁ ଆସିଛି। ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ ଦେଇଥିବା ଉତ୍ତର ଅନୁଯାୟୀ, ୨୦୨୦ ମସିହାଠାରୁ ଆଜି ପର୍ଯ୍ୟନ୍ତ ବାହାର ରାଜ୍ୟରୁ ୫୬୧୨ ଜଣ ପ୍ରବାସୀ ଶ୍ରମିକ ଉଦ୍ଧାର ହୋଇଛନ୍ତି। ୨୦୨୧ ମସିହାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ୫ଜଣ ରାୟଗଡା ଜିଲ୍ଲାର ଥିଲେ। ୨୦୨୨ ମସିହାରେ ୩୧ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡା ଜିଲ୍ଲାର ସର୍ବାଧିକ ୮ଜଣ ପ୍ରବାସୀଙ୍କ ଯାଇଥିଲା। ସେହିଭଳି ୨୦୨୩ ମସିହାରେ ୪୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରର ସର୍ବାଧିକ ୯ଜଣ ପ୍ରବାସୀ ଶ୍ରମିକ ଥିଲେ। ଯଦି ଆମେ ୨୦୨୪ କଥା କହିବା ତେବେ ୧୨୦ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧମାଳର ୧୫ଜଣ ଓ ଛତ୍ରପୁରର ୧୫ଜଣଙ୍କ ଜୀବନ ଯାଇଥିଲା। ଚଳିତ ବର୍ଷ ଅର୍ଥାତ୍ ୨୦୨୫ରେ ୮୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁରର ସର୍ବାଧିକ ୧୦ଜଣ ପ୍ରବାସୀ ଥିଲେ ବୋଲି ଜଣାଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

Leave a Reply

Your email address will not be published. Required fields are marked *