ଦେଶ- ବିଦେଶ

ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ। ପାକିସ୍ତାନୀ ସେନା ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ସାମ୍ନାକୁ ଆସିଛି, ଯେଉଁଥିରେ ଶିଶୁ ଏବଂ ମହିଳା ସମେତ ୩୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

Spread the love

ଇସଲାମାବାଦ: ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ। ପାକିସ୍ତାନୀ ସେନା ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ସାମ୍ନାକୁ ଆସିଛି, ଯେଉଁଥିରେ ଶିଶୁ ଏବଂ ମହିଳା ସମେତ ୩୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ପାକିସ୍ତାନୀ ବାୟୁସେନା ଭୋର ପ୍ରାୟ ୨ଟା ସମୟରେ ଖୈବର ପଖତୁନଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମତ୍ରେ ଦାରା ଗାଁରେ ଜେଏଫ୍-୧୭ ଲଢ଼ୁଆ ବିମାନରୁ ଅତି କମରେ ଆଠଟି ଏଲଏସ-୬ ବୋମା ପକାଇଥିଲା, ଯେଉଁଥିରେ ୩୦ରୁ ଅଧିକ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ତେବେ ପାକିସ୍ତାନ ସରକାର ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା କୁହାଯାଉଛି। ଏହା ସହ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବୋମା ବିସ୍ଫୋରଣରେ ଗାଁର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି ଏବଂ ସବୁଠି ମୃତଦେହ ବିଛାଡ଼ି ପଡ଼ିଛି।

ସ୍ଥାନୀୟ ବାସିନ୍ଦା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗାଁର ଲୋକମାନେ ଶୋଇଥିବା ସମୟରେ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ବୋମା ମାଡ଼ ଏତେ ତୀବ୍ର ଥିଲା ଯେ ଗାଁର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଗାଁର ରାସ୍ତା ହୋଇଯାଇଥିବାରୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହୋଇଥିବା ଜଣାଯାଇଛି। ବୋମା ବିସ୍ଫୋରଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକମାନେ ନିଜେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି।

Leave a Reply

Your email address will not be published. Required fields are marked *