ବାଲିହରଚଣ୍ଡୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଚାରି ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍
ବ୍ରହ୍ମଗିରି: ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଛାତ୍ରୀ ଗଣଦୁଷ୍କର୍ମ ମାମଲାର ଚାରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍। ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ପୁଲିସ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଶିବ ସାହୁ, କାଳିଆ ବେହେରା। ପୀଡ଼ିତା ଗତକାଲି ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିଲା। ଅନ୍ୟପକ୍ଷରେ ପୀଡ଼ିତା ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା।