ଦଶମ ବୋର୍ଡ ଖାତା ଦେଖାରେ ତ୍ରୁଟି ଅଭିଯୋଗ। ମେଧାବୀ ହୋଇ ମଧ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ର
ତିହିଡ଼ି – ଦଶମ ବୋର୍ଡ ପରୀକ୍ଷାରେ ଖାତା ଦେଖାରେ ତ୍ରୁଟି ଅଭିଯୋଗ ଫଳରେ ଅଭିଭାବକ ଓ ଛାତ୍ରଙ୍କ ଭିତରେ ଅସନ୍ତୋଷ। ତ୍ରୁଟି ସମାଧାନ ପରେବି ମେଧାବୀ ଛାତ୍ରଙ୍କୁ ନୂତନ ସାର୍ଟିଫିକେଟ ନ ମିଳିବାରୁ ଛାତ୍ର ଓ ଅଭିଭାବକ ମନରେ ଦୁଃଖ। ଏମିତି ଘଟଣା ଦେଖିବାକୁ ମିଳିଛି ପୀରହାଟ ଅଞ୍ଚଳ ବାରବାଟିଆ ଗାଁରେ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ଜନ୍ମେଜୟ ମହାନ୍ତିଙ୍କ କ୍ଷେତ୍ରରୈ।ଚଳିତ ବର୍ଷ ଗଦି ସାମନ୍ତରାଏପୁର ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ଜନ୍ମେଜୟ ଜଣେ ମେଧାବୀ ଛାତ୍ର ହୋଇ ଥିବାରୁ ନିଜର ସାର୍ଟିଫିକେଟ ମାର୍କକୁ ନେଇ ବେସ ଖୁସି ଥିବା ବେଳେ ବୋର୍ଡ ଖାତା ଦେଖା ମୁଣ୍ଡ ବିନ୍ଧାର କାରଣ ସାଜିଛି। ଏନେଇ ଛାତ୍ରଙ୍କ ପରିବାର ଲୋକେ ପୁନର୍ବାର ଖାତା ଚେକିଂ ପାଇଁ ଆବେଦନ କରି ଜାଣିବାକୁ ପାଇଲେ ଏ-ୱାନ ପାଇଥିବା ଜନ୍ମେଜୟକୁ ଭୁଲ ଖାତା ଦେଖା ତ୍ରୁଟି ଯୋଗୁଁ ଏ-ଟୁ କୁ ଖସି ଆସିଛି। ଏ ନେଇ ପୁରା ପରିବାର ଉଚ୍ଚଶିକ୍ଷା ମନ୍ତ୍ରୀ ପାଖରୁ ଆରମ୍ଭ କରି ବୋର୍ଡ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିସାରି ଥିଲେ ମଧ୍ୟ୍ୟ ନୂତନ ସାର୍ଟିଫିକେଟ ପାଇବାରୁ ବଞ୍ଚିତ।
ପୁରୁଣା ମାର୍କସିଟ୍ ଓ ସଂଶୋଧିତ ମାର୍କସିଟ୍ ମିଳିମ୍ବାରେ ବିଳମ୍ବ। ଏହି ମେଧାବୀ ଛାତ୍ରଙ୍କ ସ୍ବପ୍ନ ଥିଲା ପ୍ରଥମ ଶ୍ରେଣୀରେ ନାମ ଆଣିବା। କିନ୍ତୁ ବୋର୍ଡ ଖାତାରେ ହୋଇଥିବା ତ୍ରୁଟି ତାଙ୍କୁ କଷ୍ଟ ଦେଇଛି। ତ୍ରୁଟି ଧରିବା ପରେ ଅଭିଭାବକ ଅଭିଯୋଗ କଲେ, ବୋର୍ଡ ସେହି ତ୍ରୁଟିକୁ ସୁଧାରିଲା। କିନ୍ତୁ, ସଂଶୋଧିତ ସାର୍ଟିଫିକେଟ୍ ମିଳୁନଥିବାରୁ ଛାତ୍ରର ଭବିଷ୍ୟତ ପ୍ରଶ୍ନ ଚିହ୍ନରେ। ଆମେ ବୋର୍ଡ କାର୍ଯ୍ୟାଳୟରେ କେତେଥର ଯାଇ ଏ ବିଷୟରେ ଲିଖିତ ଅଭିଯୋଗ କରି ସାରିବା ପରେବି ନୂଆ ସାର୍ଟିଫିକେଟ ମିଳି ପାରୁନାହିଁ। ପିଲାର ଭବିଷ୍ୟତ ପାଇଁ ଏହା ଅତି ଦରକାର। ଶିକ୍ଷା ବିଭାଗ ତ୍ରୁଟି ସୁଧାରିଲେ ଖୁସି ଲାଗିଲା, କିନ୍ତୁ ନୂଆ ସାର୍ଟିଫିକେଟ୍ ନମିଳିଲେ କଲେଜ୍ ଆଡମିଶନ୍ ପାଇଁ ଆମେ ସମସ୍ୟାରେ ପଡୁଛୁ। ଅଭିଭାବକ ଓ ଛାତ୍ର କାର୍ଯ୍ୟାଳୟକୁ ପତ୍ର ଦେଉଥିବା ଭିଜୁଆଲ୍। ଅଭିଭାବକଙ୍କ ଅଭିଯୋଗ, ବୋର୍ଡ ପକ୍ଷରୁ ସମୟରେ ସାର୍ଟିଫିକେଟ୍ ଦେବାରେ ଗୁରୁତ୍ୱ ଦିଆଯାଉନି। ଏହାର ଫଳରେ ଛାତ୍ରଙ୍କ ଆଗାମୀ ଶିକ୍ଷାଜୀବନ୍ ବିପଦରେ। ମେଧାବୀ ଛାତ୍ରଙ୍କୁ ସମୟରେ ସର୍ଟିଫିକେଟ୍ ଦେଇ ସାହାଯ୍ୟ କରିବା ବୋର୍ଡର ଦାୟିତ୍ୱ। ଏହି ପ୍ରକାର ଅସୁବିଧା ତାଙ୍କୁ ନିରାଶ କରୁଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।