ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ-ଏନ୍ସିଆର୍ ମଧ୍ୟରେ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ୍ ଓ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ଉଭୟ ଦିଗରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଟ୍ରେନ୍ ନମ୍ବର ୦୮୪୦୭ ଖୋର୍ଦ୍ଧା ରୋଡ୍–ଆନନ୍ଦ ବିହାର ଟର୍ମିନାଲ ସ୍ୱତନ୍ତ୍ର ଟ୍ରେନ୍ ୭ ନଭେମ୍ବର ୨୦୨୬ (ଶନିବାର) ଖୋର୍ଦ୍ଧା ରୋଡ୍ରୁ ଅପରାହ୍ନ ୧୨ଟା ୧୫ ମିନିଟ୍ରେ ଛାଡ଼ି ୮ ନଭେମ୍ବର ୨୦୨୬ (ରବିବାର) ରାତି ୧୦ଟା ୩୦ ମିନିଟ୍ରେ ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ।
ଫେରିବା ଦିଗରେ, ଟ୍ରେନ୍ ନମ୍ବର ୦୮୪୦୮ ଆନନ୍ଦ ବିହାର ଟର୍ମିନାଲ–ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ୍ ୯ ନଭେମ୍ବର ୨୦୨୬ (ସୋମବାର) ରାତି ୧୨ଟା ୩୦ ମିନିଟ୍ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ି ୧୦ ନଭେମ୍ବର ୨୦୨୬ (ମଙ୍ଗଳବାର) ସକାଳ ୧୦ଟା ୪୫ ମିନିଟ୍ରେ ଖୋର୍ଦ୍ଧା ରୋଡ୍ରେ ପହଞ୍ଚିବ।
ରହଣି ସ୍ଥାନ:
ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ହିଜିଲି, ମେଦିନାପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା, ଗୋମୋ, କୋଡରମା , ଗୟା ଜଙ୍କସନ, ଦେହରି ଅନ୍ ସୋନ୍, ସାସାରାମ, ଭଭୁଆ ରୋଡ୍, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ସୁବେଦାରଗଞ୍ଜ, ଗୋବିନ୍ଦପୁରୀ ଏବଂ ଗାଜିଆବାଦ ଷ୍ଟେସନରେ ରହଣି କରିବ।
କୋଚ୍ ବ୍ୟବସ୍ଥା:
ଏହି ସ୍ୱତନ୍ତ୍ର ଟ୍ରେନ୍ରେ ମୋଟ ୧୮ଟି କୋଚ୍ ରହିବ। ସେଥିମଧ୍ୟରେ ୪ଟି ଏସି ତିନି-ଟାୟାର, ୧ଟି ଏସି ଦୁଇ-ଟାୟାର, ୭ଟି ସ୍ଲିପର୍ ଶ୍ରେଣୀ, ୪ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଏବଂ ଦିବ୍ୟାଙ୍ଗଜନ ଅନୁକୂଳ ସୁବିଧା ସହ ୨ଟି ଲଗେଜ୍-କମ୍-ଜେନେରେଟର-କମ୍-ବ୍ରେକ୍ ଭ୍ୟାନ୍ ରହିବ।
କୋଚ୍ ସଂରଚନା :
ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୮ଟି କୋଚ ରହିବ:
• ଏସି ୩-ଟାୟାର୍ (AC 3-Tier) – ୪ଟିଟି କୋଚ
• ଏସି ୨-ଟାୟାର୍ (AC 2-Tier) – ୧ଟିଟି କୋଚ
• ସ୍ଲିପର୍ କ୍ଲାସ୍ (Sleeper Class) – ୦୭ଟି କୋଚ
• ସାଧାରଣ ଶ୍ରେଣୀ (General) – ୦୪ଟି କୋଚ
• ଦିବ୍ୟାଙ୍ଗ-ଅନୁକୂଳ ସୁବିଧା ସହିତ ଲଗେଜ୍-କମ୍-ଜେନେରେଟର-କମ୍-ବ୍ରେକ୍ ଭ୍ୟାନ୍ – ୦୨ଟି କୋଚ
ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ ।

