ଭୁବନେଶ୍ବର : ବିମାନବନ୍ଦରରୁ ବିଦେଶୀ ଗଞ୍ଜେଇ ଜବତ । ୨କୋଟି ଟଙ୍କାର ମାରିଜୁଆନା ଜବତ କଲା DRI । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ମାରିଜୁଆନା । ଯାତ୍ରୀଙ୍କ ଠାରୁ ମାରିଜୁଆନା ଜବତ । ୩ଜଣ ଯାତ୍ରୀଙ୍କଠାରୁ ୫ କେଜି ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକରୁ ଆସୁଥିବା ଇଣ୍ଡିଗୋ ଫ୍ଲାଇଟରୁ ଜବତ ହେଲା ମାରିଜୁଆନା । ୩ ଜଣଙ୍କୁ ଅଟକ ରଖି DRI ଟିମ ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନରେ ମାରିଜୁଆନା ଚାଲାଣ ହେଉଥିବା ନେଇ ତଦନ୍ତକାରୀ ସଂସ୍ଥାକୁ ସୂଚନା ମିଳିଥିଲା। ଏହାପରେ DRI ଟିମ୍ ପକ୍ଷରୁ ଯାଞ୍ଚ କରାଯାଇ ୩ ଜଣ ଯାତ୍ରୀଙ୍କଠାରୁ ମୋଟ ୫ କିଲୋଗ୍ରାମ ମାରିଜୁଆନା ଜବତ କରାଯାଇଥିଲା।
ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ମାମଲାରେ ୩ ଜଣ ଯାତ୍ରୀଙ୍କୁ ଅଟକ ରଖି DRI ଟିମ୍ ପଚରାଉଚରା କରୁଛି। ମାରିଜୁଆନା କେଉଁଠାରୁ ଅଣାଯାଇଥିଲା, ଏହା ପଛରେ କୌଣସି ଚୋରା ଚାଲାଣ ରାକେଟ୍ର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଏହା କେଉଁଠାକୁ ପଠାଯିବାର ଯୋଜନା ଥିଲା, ସେନେଇ ତଦନ୍ତ ଚାଲିଛି ।

