ତିହିଡି, ୧୦.୧୦: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ଗାଜିପୁର ଗ୍ରାମର ୯୪ ବର୍ଷିୟା ଧର୍ମପ୍ରାଣା ମହିଳା ସ୍ୱର୍ଗତ ଜେମାମଣି ପଣ୍ଡାଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ସ୍ମୃତି ଶ୍ରଦ୍ଧାଞ୍ଜଳିସଭା ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ରମାକାନ୍ତ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ କବି ଭରତ ଚନ୍ଦ୍ର ବିଶ୍ୱାଳ ସଂଚାଳନ କରିଥିଲେ । ପଣ୍ଡିତ ବିନୋଦ ବିହାରୀ ତ୍ରିପାଠୀ ବେଦପାଠ କରିଥିବା ବେଳେ ଭୂମିକା ନାଥ, ଅଙ୍କିତା ଦାସ ଓ ରାଜନନ୍ଦିନୀ ବେହେରା ସ୍ମୃତିସଂଗୀତ ଗାନ କରିଥିଲେ । ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟଅତିଥି ଓ ଶିବପ୍ରସାଦ ଖାମୁରାଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ଧର୍ମପରାୟଣତା, ସ୍ନେହୀସ୍ୱଭାବ ଓ ଆଦର୍ଶ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ । କବୟିତ୍ରୀ ଦମୟନ୍ତୀ ନାଥ ସ୍ମୃତିକବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଗିରଥୀ ଶଙ୍ଖୁଆ, ଗଣେଶ ପ୍ରସାଦ ଖାମୁରାଇ, ବେଣୁଧର ମିଶ୍ର, ପରେଶ କୁମାର ପାଢ଼ୀ, ବ୍ରଜ ସୁନ୍ଦର ମିଶ୍ର, ସୀତାକାନ୍ତ ନାଥ, ଉମାକାନ୍ତ ସାହୁ, ଭରତ ସାହୁ, ପ୍ରକାଶ କୁମାର ପାଢୀ, ସାବିତ୍ରୀ ପଣ୍ଡା, ପ୍ରମିଳା ପାଢ଼ୀ, ହରେକୃଷ୍ଣ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଶିକ୍ଷାବିତ୍ ସୋମନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

