ଭଦ୍ରକ- ଗଣତନ୍ତ୍ର ହତ୍ୟାକାରୀ ଆର୍ ଏସ୍ ଏସ୍ ଏଜେଣ୍ଟ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଗିରଫ, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଙ୍କୁ ସାମିଲ କରିବା, ଏସ୍ଆଇଆର୍ ପ୍ରକ୍ରିୟା ସଂପୂର୍ଣ୍ଣ ବାତିଲ କରିବା, ଇଭିଏମ ହଟାଇ ବାଲାଟ ପେପରରେ ଭୋଟ କରାଇବା, ଏମ୍ ଏମ୍ ଡି ଆର ସଂଶୋଧନ ଆଇନ-୨୦୨୬ ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭଦ୍ରକ ଜିଲ୍ଲାରେ ବନ୍ୟା ମୃତକ ଓ ପ୍ରପୀଡିତ ପରିବାର ଗୁଡିକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା, ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଭଦ୍ରକ ବାଇପାସ ସ୍ଥିତ ଶନିମନ୍ଦିର ଛକ ନିକଟରୁ ଏକ ବିଶାଳ ପଟୁଆର ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ (ଲିବରେସନ) ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ନେତା ଦେବରୂପ ମହାନ୍ତି ଏହି ସଭାରେ ସଂଯୋଯନା କରିଥିଲେ । ଏହି ସଭାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପଞ୍ଚାନନ ମଣ୍ଡଳ,ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ସତ୍ୟାନନ୍ଦ ରାଉତ, ରାଜ୍ୟ ସଂପାଦିକା ଶୁଭଶ୍ରୀ ବେହେରା, ବରିଷ୍ଠ ସିପିଆଇ(ଏମ) ନେତା ରାଧାନାଥ ଦାସ, ବିଷ୍ଣୁ ଚରଣ ଦାଶ, ଯୁବନେତା ବିକାଶ ନାଥ, ମଳୟ ଭୋଇ, ସେକ୍ ସନାଉଲ୍ଲା, ବରିଷ୍ଠ ନେତା ନିରଞ୍ଜନ ପାଣି, ଗୌରାଙ୍ଗ ଯେନା, ସଂଗ୍ରାମ ଜେନା, ସିପିଆଇର ବରିଷ୍ଠ ନେତା ରମେଶ ଜେନା, ବିମ୍ବାଧର ବାରିକ୍, ଯୁବନେତା ଦିଲିପ ନାୟକ, ସିପିଆଇଏମଏଲ (ଲିବରେସନ) ନେତ୍ରୀ ଜୟନ୍ତୀ ବିଶ୍ବାଳ, କଂଗ୍ରେସ ନେତା ଦିଗମ୍ବର ଦାସ, ସରୋଜ ଦାସ, ସରୋଜ ରାଉଳ, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, କଂଗ୍ରେସ ଦଳିତ ସେଲ୍ ର ରାଜ୍ୟ ସଂପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ଶୁଭାଶିଷ ମଲ୍ଲିକ, ବିଦ୍ୟାଧର ଜେନା, ରମେଶ ଚନ୍ଦ୍ର ବେହେରା, ଏନାମୁଲ ହକ୍, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, କଂଗ୍ରେସ ଜିଲ୍ଳା କୋଷାଧ୍ୟକ୍ଷ ବିଜୟ ବାରିକ୍, ହୃଦାନନ୍ଦ ସେଠୀ, ନରେଶ ମଲ୍ଲିକ, କଂଗ୍ରେସ ଭଦ୍ରକ ଟାଉନ ସଭାପତି ଫରିୟାଦ ଖାନ୍ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ବକ୍ତବ୍ଯ ପ୍ରଦାନ କରିବା ସହ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଗିରଫ କରି ଭାରତର ସମ୍ବିଧାନ ଓ ନାଗରିକ ମାନଙ୍କ ଭୋଟ ଅଧିକାର ର ସୁରକ୍ଷା ପାଇଁ ଆସନ୍ତା ଅକ୍ଟୋବର ୮ ଓଡିଶା ବଂଦରେ ଭଦ୍ରକ ଜିଲ୍ଲା ବାସୀ ସକ୍ରିୟ ଭାବେ ସାମିଲ ହେବାକୁ ଇଣ୍ଡିଆ ମେଣ୍ଟ ର ନେତୃତ୍ବ ଭଦ୍ରକ ଜିଲ୍ଲାବାସୀ ଙ୍କୁ ବିକ୍ଷୋଭ ସ୍ଥଳରୁ ନିବେଦନ କରିଥିଲେ ।

