ଗୁରୁଗ୍ରାମ: ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଗୁରୁଗ୍ରାମ ସେକ୍ଟର-୫ ସ୍ଥିତ ଭଗବାନ ଶ୍ରୀ ଜଗନ୍ନାଥ ପାର୍କ ପରିସରରେ ଏକ ବ୍ୟାପକ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ନିଳାଚଳ ସୋସାଇଟୀ, ଗୁରୁଗ୍ରାମ ଏବଂ ପ୍ରବାସୀ ଓଡ଼ିଆ ସମାଜର ସଦସ୍ୟମାନେ ଏହି ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇ ପାର୍କ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଶ୍ରମଦାନ କରିଥିଲେ।
ସଫେଇ ଅଭିଯାନରେ ସମାଜର ଉପଦେଷ୍ଟା ଶ୍ରୀ ଅକ୍ଷୟ ଓଝା, ପ୍ରେସିଡେଣ୍ଟ ଜୟ ପ୍ରକାଶ ସ୍ୱାଇଁ, ସେକ୍ରେଟାରୀ ପୂର୍ଣ୍ଣଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ଅମରେନ୍ଦ୍ର ବେହେରା, ପ୍ରବକ୍ତା ଜୟପ୍ରକାଶ ସାମଲଙ୍କ ସମେତ ଜନ୍ମେଞ୍ଜୟ ପ୍ରଧାନ, ମାନସ ମହାନ୍ତି, ପର୍ଶୁରାମ ଦଳାଇ, ପ୍ରଶାନ୍ତ ଦାସ, ବିବେକ ଧଳ, ରାଜୀବ ପଣ୍ଡା, ବିଶ୍ୱଜିତ୍ ଧଳ , ମାଳନ୍ଦି ବାରିକ, ସହଦେବ ଦାସ, ପର୍ଶୁରାମ ମହାପାତ୍ର, ଶିବ ପ୍ରସାଦ ସାହୂ, ଅଜିତ ସାହୂ, କମଲ ବାରିକ୍, ରଞ୍ଜିତ କୁମାର ସାମଲ, ସୁଦର୍ଶନ ଘଡାଇ, ଆତିଶ କୁମାର ବିଶ୍ବାଳ, ବିଶିକେଶ ଧଳ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ସମାଜସେବୀ ଶ୍ରୀ ନବୀନ ଗୋଏଲ ଅତିଥି ଭାବେ ଯୋଗଦେଇ ସଫେଇ ଅଭିଯାନରେ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଓ ସେବାର ଆଦର୍ଶକୁ ଅନୁସରଣ କରି ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ପରିବେଶକୁ ସଫା ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ କରିବା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଅଭିଯାନ ମାଧ୍ୟମରେ ସ୍ୱଚ୍ଛ ପରିବେଶ, ସାମାଜିକ ଦାୟିତ୍ୱ ଓ ସାମୂହିକ ଶ୍ରମଦାନର ବାର୍ତ୍ତା ଦିଆଯାଇଥିଲା। ଦୁଇ ମହାନ ଜାତୀୟ ନେତାଙ୍କ ଜୟନ୍ତୀକୁ ସେବା ଓ ସ୍ୱଚ୍ଛତା କାର୍ଯ୍ୟ ମାଧ୍ୟମରେ ପାଳନ କରିବାର ଏହି ପ୍ରୟାସକୁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଥିଲେ।

