ମୁରିବାହାଲ ୦୩/୧୦ : ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଦୂତିବାହନ ଓଷା ବା ପୁଅ ଜିଉଁନ୍ତିଆ ପାଳିତ ହୋଇଯାଇଛି। ପୁଅ ମାନଙ୍କର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଏହି ପବିତ୍ର ପୁଅ ଜିଉଁନ୍ତିଆ (ଦୂତୀବାହନ ଓଷା) ପାଳନ କରାଯାଇଥାଏ ! ମାଆ ଓ ପୁଅ ର ପବିତ୍ର ବନ୍ଧନ ର ଏହି ଉଷା ପୁଅ ର ସୁଖ ଓ ଦୀର୍ଘ ଜୀବନ ପାଇଁ ମାଆ ମାନେ ବହୁ ନିଷ୍ଠା ର ସହ ଏହି ଓଷା ପାଳନ କରିଥାନ୍ତି ! ମାଆ ମାନେ ନିଜ ସନ୍ତାନ ର ମଙ୍ଗଳ ପାଇଁ ଦିନ ସାରା କଠୋର ଉପବାସ ରଖନ୍ତି ! ସଂନ୍ଧ୍ୟା ହେଲେ ସମସ୍ତ ମାଆ ମାନେ ଏକାଠି ହୋଇ ଭଗବାନ ଦୁତୀବାହନ ଙ୍କ ପୂଜା ଆରାଧନା କରନ୍ତି ଏବଂ ଓଷା କଥା ଶୁଣନ୍ତି ! ପୂଜା ଶେଷ ହେବା ପରେ ମାଆ ମାନେ ପୁଅ ମାନଙ୍କ ର ହାତରେ ଜିଉଁନ୍ତିଆ (ଧାଗା) ବାନ୍ଧି ପୁଅ କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ! ପୁଅଜିଉଁତିଆ ଭାବେ ପରିଚିତ ଏହି ନିଆରା ବ୍ରତରେ ନିଜ ସନ୍ତାନସନ୍ତତି, ବିଶେଷ କରି ପୁତ୍ର ସନ୍ତାନଙ୍କ ମଙ୍ଗଳ ମନାସି ମାଁ ମାନେ ନିର୍ଜଳା ଉପବାସ ରଖିଥାନ୍ତି । ସଂଧ୍ୟାରେ ମହିଳା ମାନେ ନୂଆ ଶାଢ଼ି ଓ ଅଳଙ୍କାର ପିନ୍ଧି ପୂଜାସ୍ଥଳରେ ସମବେତ ହୋଇଥିଲେ। ଗୋଟିଏ ଗୋଟିଏ ପୂଜାସ୍ଥଳରେ ବହୁ ମହିଳା ସମବେତ ହୋଇ ଏକତ୍ର ପୂଜା କରିଥିଲେ। ଏଥି ପାଇଁ ପୂଜାସ୍ଥଳକୁ ପୂର୍ବରୁ ପ୍ରସ୍ତୁତ କରା ଯାଇଥାଏ ! ମଣ୍ଡପ ଚାରି ପାର୍ଶ୍ବକୁ କଦଳୀ ଗଛ, ଫୁଲ, ପତ୍ର ଆଦିରେ ସଜା ଯାଇଥାଏ ! ସଂଧ୍ୟାରେ ମହିଳା ମାନେ ଏକତ୍ରିତ ହେବା ପରେ ସାଥୀରେ ଆଣିଥିବା ପୂଜା ସାମଗ୍ରୀ, ୨୧ ପ୍ରକାର ଫଳ, ମୂଳ ଆଦି ସମର୍ପଣ କରି ପୂଜାପାଠ କରିଥିଲେ। ପଣ୍ଡିତ ଦୂତିବାହନଙ୍କ କଥା ପାଠ କରି ମହିମା ଗାନ କରିଥିଲେ। ସନ୍ତାନ ଅପେକ୍ଷାରେ ଥିବା ମହିଳା ମାନେ ମଧ୍ୟ ବ୍ରତ ରଖି ପୁତ୍ରକନ୍ୟା ଆଶାରେ ଦୂତିବାହନଙ୍କ ଆରାଧନା କରି ସକାଳେ ମାଁ ମାନେ ପୂଜା କରାଯାଇଥିବା ଦୁବଫୁଲ ନିଜ ସନ୍ତାନଙ୍କୁ ବନ୍ଦାଇ ସେମାନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରନ୍ତି । ଏହାପରେ ନିଜର ବ୍ରତ ସମାପ୍ତ କରିବା ବିଧି ରହିଛି। ସେହିପରି ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ର ବିଭିନ୍ନ ସ୍ଥାନ ରେ ମଧ୍ୟ ଆଜି ପୁଅ ଜିଉଁନ୍ତିଆ ଓଷା ପାଳନ କରାଯାଉଛି ! ମାଆ ମାନେ ନିଜର ପୁଅ ମାନଙ୍କ ର ଦୀର୍ଘ ଆୟୁଷ କାମନା କରି ଏହି ଓଷା ଟି ଅତି ଭକ୍ତି ର ସହ ପାଳନ କରୁଛନ୍ତି ! ଗାଁ ମାନଙ୍କରେ ଗୋଟିଏ ସ୍ଥାନରେ ବା ପ୍ରତି ସାହିରେ ଗୋଟିଏ ଗୋଟିଏ ପୂଜାସ୍ଥଳରେ ସବୁ ମାଆ ମାନେ ଏକତ୍ରିତ ହୋଇ ପୂଜାସ୍ଥଳ ମାନଙ୍କୁ ସଫାସୁତରା ଓ ଆଲୋକିତ କରି ପୁଅ ର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଓଷା ପାଳନ କରୁଛନ୍ତି ।ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଥିବା ବେଳେ ଶୁକ୍ଳପକ୍ଷ ଅଷ୍ଟମୀରେ ଭାଇ ଜିଉଁତିଆ ଓଷା ପାଳନ କରାଯାଇଥାଏ ! ପଶ୍ଚିମ ଓଡ଼ିଶାରେ ଏହି ଦୁଇ ଓଷାର ସ୍ବତନ୍ତ୍ର ମହତ୍ବ ରହିଛି।

