ବିଗତ କିଛି ଦିନ ଧରି ଲଗାତାର ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଏହି ପରିପ୍ରେକ୍ଷିତରେ ଆଜି ନିଜାମପୁର ପଞ୍ଚାୟତ ଗସ୍ତ ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ସର୍ଦାରପାଳ ଅଞ୍ଚଳରେ ବନ୍ୟା ପାଣିର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଇରିଗେସନ ବନ୍ଧର ପରିଦର୍ଶନ କରିଥିଲେ। ସେ ସ୍ଥଳୀୟ ସ୍ଥିତିର ସମୀକ୍ଷା କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ଦାସ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ ଉକ୍ତ ବନ୍ଧର ଶୀଘ୍ର ମରାମତି ସହ ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।

ଏହି ଅବସରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ସରପଞ୍ଚ ଝରଣା ମହାନ୍ତି, ସଞ୍ଜିତ ପ୍ରଧାନ, ପଞ୍ଚାୟତ ସଭାପତି ସୋମନାଥ ଭୁଇ, ସୁଧାଂଶୁ ପାତ୍ର, ରତିକାନ୍ତ ମାଲ ପ୍ରମୁଖ ଉପସ୍ଥିତ ଥିଲେ।

