ତିହିଡ଼ି, ୨୯.୦୯: ଭଦ୍ରକ ଜିଲ୍ଲା ତିହିଡି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ ମହାପାତ୍ର ଓ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ସନ୍ଧ୍ୟାରାଣୀ ଦୀର୍ଘଦିନ ଧରି ମହିଳା ସଂଘର ସମ୍ପାଦିକା ଭାବେ କାର୍ଯ୍ୟକରି ମହିଳା ମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରି ସେମାନଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ମହିଳା ମାନଙ୍କୁ ସୁସଙ୍ଗଠିତ କରିବାରେ ତାଙ୍କର ଦକ୍ଷତା ରହିଛି । ସେଥିପାଇଁ ଦଳ ତାଙ୍କୁ ସଭାପତି ରୂପେ ନିଯୁକ୍ତି ଦିଆଯାଇଛି । ଏବେ ସେ ଫତେପୁର ପଞ୍ଚାୟତରେ ମୋଟିଭେଟର ଭାବେ କାର୍ଯ୍ୟକରି ଲୋକମାନଙ୍କ ପାଖରେ ପହଞ୍ôଚ ସୁବିଧା ଅସୁବିଧା ବୁଝୁଛନ୍ତି । ଏହି ପଦବୀ ପାଇ ସେ ଖୁସିବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ବ୍ଲକର ମହିଳାମାନଙ୍କୁ ସଂଗଠିତ କରି ମହିଳା ସଙ୍ଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି । ଏହି ପଦବୀ ପାଇବା ପରେ ସେ ଜିଲ୍ଲା ସଭାପତି ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଓ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡା. ସଞ୍ଜୟ କୁମାର ଦାସ ଓ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି଼ ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜେଡି ବରିଷ୍ଠ ନେତା ସ୍ୱର୍ଗତ ବସନ୍ତ ନାୟକଙ୍କ ବୋହୁ ତଥା ପୂର୍ବତନ ସରପଞ୍ଚ ଅର୍ଚ୍ଚନା ନାୟକ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବତନ ସରପଞ୍ଚ ଅର୍ଚ୍ଚନା ନାୟକ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ପାଳିଆବିନ୍ଧା ପଞ୍ଚାୟତରେ ସରପଞ୍ଚ ରହି ପଞ୍ଚ।।ୟତର ବହୁ ଉନ୍ନୟନ ମୂଳକ କାର୍ଯ୍ୟକରି ଲୋକଙ୍କର ପ୍ରିୟଭାଜନ ହୋଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନରେ ବ୍ଲକରେ ପାଳିଆବିନ୍ଧା ପଞ୍ଚାୟତକୁ ଏକ ନମ୍ବର କରି ସେ ପୁରସ୍କୃତ ମଧ୍ୟ ହୋଇଥିଲେ । ଏହାଛଡ଼ା ସେହି ପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଚ୍ଚନା ସମ୍ମାନିତ ହୋଇଥିଲେ । ଜିଲ୍ଲା ବିଜୁ ମହିଳା ସମ୍ପାଦିକା ଏବଂ ବ୍ଲକ ମହିଳା ଉପ ସଭାପତି ଭାବେ ଦକ୍ଷତାର ସହ କାର୍ଯ୍ୟକରି ସଙ୍ଗଠନକୁ ସୁଦୃଢ କରି ପାରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦିକା ପଦବୀ ପାଇବା ପରେ ନାରୀଶକ୍ତିକୁ ସଙ୍ଗଠିତ କରି ଦଳକୁ ଅଧିକ ସୁଦୃଢ କରିବେ ବୋଲି କହିଛନ୍ତି । ତାଙ୍କୁ ଏହି ପଦବୀ ମିଳି ଥିବାରୁ ସେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାନେତ୍ରୀ ହେମାଙ୍ଗିନୀ ଛୁରିଆ, ଜିଲ୍ଲାରେ ମହିଳା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତ ଲତା ନାୟକ, ଜିଲା ସଭାପତି ତଥା ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟକ, ରାଜେନ୍ଦ୍ର କୁମାର ଦାସ, ଧାମନଗରର ବରିଷ୍ଠ ନେତା ଡା. ସଞ୍ଜୟ କୁମାର ଦାସ ଓ ଜିଲା ସମ୍ପାଦକ ସୁଧନ୍ୱା ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

