ତିହିଡ଼ି, ୨୯.୦୯: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତିହିଡି ଡିଗ୍ରୀ କଲେଜ ୧୯୯୨ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଏଯାବତ ବିଜ୍ଞାନ ବିଭାଗ ଖୋଲି ପାରିଲା ନାହିଁ । ରାଜନେତାଙ୍କ ଆନ୍ତରିକତାର ଅଭାବ ଏବଂ ପ୍ରଶାସନ ଓ ଶିକ୍ଷା ବିଭାଗର ଖାମିଖିଆଲୀ ନୀତି ଯୋଗୁଁ ଏହି କଲେଜରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବାରୁ ବଞ୍ôଚତ ହେଉଛନ୍ତି । ଅଞ୍ଚଳବାସୀଙ୍କ ତରଫରୁ ବାରମ୍ବାର ଦାବୀ କରାଯାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଶୁଣିବାକୁ ନାରାଜ । ରାଜ୍ୟର ସରକାର ବଦଳିଲା, ଡବଲ ଇଞ୍ଜିନ ସରକାର ଅଢେଇ ବର୍ଷ ହେଲା ଶାସନ କଲାଣି ଏପରିକି ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ମଧ୍ୟ ଏହି ତିହିଡି ମାଟିର ତଥାପି ତିହିଡିବାସୀ ଏହି ବିଜ୍ଞାନ ବିଭାଗ ପାଇବାରୁ ବଞ୍ôଚତ ହୋଇଛନ୍ତି । ସୂଚନା ମୁତାବକ, ତିହିଡି ସଦର ମହକୁମା ଠାରୁ ମାତ୍ର ୪ ଶହ ମିଟର ଦୂରରେ ଅବସ୍ଥିତ । ଦିବଙ୍ଗତ କମଳାକାନ୍ତ ଲେଙ୍କାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ ଜନସାଧାରଣ ଉଦ୍ୟମ ଓ ସହଯୋଗରେ ତିହିଡି ଯୁକ୍ତଦୁଇ କଲେଜ ପଛପଟ ତଥା ହରିପୁର ଗ୍ରାମ ରାସ୍ତା ପାଶ୍ୱର୍ରେ ୧୯୯୨ ମସିହାରେ ସ୍ଥାପିତ ହୋଇଛି । ତିହିଡି ଡିଗ୍ରୀ କଲେଜ ଉପରେ ତିହିଡି ବ୍ଲକ ସମେତ ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର ଓ ମତୋ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରନ୍ତି । ଉତ୍ତମ ଶିକ୍ଷାଦାନ ଯୋଗୁଁ ଏଠାରୁ ଶିକ୍ଷାର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀ ଦେଶ ବିଦେଶରେ ତିହିଡିର ନାମକୁ ଗୌରବ ମଣ୍ଡିତ କରିଛନ୍ତି । ଭଦ୍ରକ-ଚାନ୍ଦବାଲି ରାଜପଥ ନିକଟରେ ଏହି କଲେଜ ଅବସ୍ଥାପିତ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଯାତାୟତରେ ସୁବିଧା ହୋଇଥାଏ । ଏଥିସହ ବିଗତ ବର୍ଷମାନଙ୍କରେ ଏହି ଶିକ୍ଷାନୁଷ୍ଠାର ଫଳାଫଳ ମଧ୍ୟ ରେକର୍ଡ ସୃଷ୍ଟି କରିଛି । ବହୁ ବାଧାବିଘ୍ନ ଓ ଝଡଝଞ୍ଜା ମଧ୍ୟରେ ଏହି କଲେଜର ହାତପାହାନ୍ତରେ ଅଧିନ ଉନ୍ନତ ଶିକ୍ଷାଭିତ୍ତିକ, ଭିତ୍ତିଭୂମି, ପରିବେଶ, ବାତାବରଣ ଓ ସମ୍ଭାବନା ଏବଂ ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ଏହାର ଗତି ପ୍ରଗତି ଶିଥିଳ ହୋଇ ନୈରାଶ୍ୟର ଅନ୍ଧକାର ମଧ୍ୟରେ ଗତି କରୁଛି ଯାହା ସମସ୍ତ ଉନ୍ନତିର ଉଚ୍ଚଆଶା ମଉଳି ଯାଉଛି । ଡିଗ୍ରୀ କଲେଜର ସ୍ଥାପନାକୁ ୩୪ ବର୍ଷ ବିତି ଯାଇଥିଲେ ମଧ୍ୟ ବିଜ୍ଞାନ ବିଭାଗ ଖୋଲାଯାଇ ପାରିଲା ନାହିଁ । ଜିଲ୍ଲାର ଉପଜିଲ୍ଲାପା ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଅଛନ୍ତି । ଜମିର ଅଭାବ ହେଉ ଅଥବା ଅର୍ଥର ଅଭାବ କାରଣରୁ ଏହି ନୂତନ ବିଜ୍ଞାନ ବିଭାଗ ଖୋଲାଯାଇ ପାରୁନଥିବା ବଡ ଦୁଭ୍ୟାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମେତ ତିହିଡି ବ୍ଲକର ଅନ୍ୟ ଦୁଇଜଣ ବିଧାୟକ, ଭଦ୍ରକ ସାଂସଦ ଓ ଉପଜିଲ୍ଲାପାଳ ପ୍ରମୁଖଙ୍କ ମିଳିତ ଉଦ୍ୟମ ରହିଲେ ତିହିଡି ଡିଗ୍ରୀ କଲେଜରେ ବିଜ୍ଞାନ ବିଭାଗ ଖୋଲି ପାରନ୍ତା ବୋଲି ପ୍ରାକ୍ତନ ବିଧାୟକ ବିଜୟ କୁମାର ନାୟକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତଞ୍ଚ ଭଦ୍ରକ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ସାହିତ୍ୟିକ ତଥା ତିହିଡି ଯୁକ୍ତଦୁଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ଶିକ୍ଷାବିତ୍ ସୋମନାଥ ପାଢୀ, ସମାଜସେବୀ ଭାଗବତ ସେନାପତି, ପାର୍ଥସାରଥି ନାୟକ, ସୁରେନ୍ଦ୍ର ନାୟକ, ବାପୁଜୀ ନାୟକ, ସଚ୍ଚିକାନ୍ତ ନାୟକ, କୈଳାସ ରାଉଳ, ବିଭୁତି ଭୁଷଣ ପାଟ୍ଟ, ବିଜୟ ପତି, ପି.ହୃଷିକେଶ, ଲଳିତ ମୋହନ ନାୟକ, ଧିରେନ୍ଦ୍ର ସାହୁ, କରୁଣାକର ନାୟକ, ଗଣେଶ ପ୍ରସାଦ ନାୟକ, ସତ୍ୟବ୍ରତ କୁଣ୍ଡ, ବିଶ୍ୱଜିତ ବେହେରା, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ଓ ବୈକୁଣ୍ଠନାଥ ପାଣି, ଆଇନ୍ଜୀବି ବିଷ୍ଣୁ ଦାଶ, ପ୍ରଫୁଲ ପାଢୀ, ତପନ ମିଶ୍ର ଓ ନିକୁଞ୍ଜ ପୁହାଣ, ସାମ୍ବାଦିକ ପ୍ରଭାତ ରାଉଳ ଓ ସଞ୍ଜୟ ଦାସ ପ୍ରମୁଖ ଦାବୀ କରିଛନ୍ତି ।

