ରାଇଘର :-ନବରଙ୍ଗପୁର ଜିଲ୍ଲା ରାଇଘର ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଗଣେଶ ଚତୁର୍ଥୀ ପଡିଛି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ରାଇଘର ବ୍ଲକର ୨୬ଗଟି ପଞ୍ଚାୟତ ର ବିଭିନ୍ନ ଛକ, ବଜାର ଏବଂ ଶିକ୍ଷାନୁଷ୍ଠାନରେ ବିଶାଳ ମଣ୍ଡପ ଓ ମୂର୍ତ୍ତି ସ୍ଥାପନା ହୋଇଛି। ରାଇଘର ପତ୍ରକୋଟିରେ ମଧ୍ୟ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା।ଦ୍ୱତୀୟ ଦିବସରେ ଗଣସିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୋଲିସଂସଦ କ୍ଳବ, ଭୀମା ଛକ ଏବଂ ପତ୍ରକୋଟି ରେ ପହଁଚି ଗଣେଶ ଠାକୁରଙ୍କୁ ଦର୍ଶନ କରିଥିଲେ l ରାଇଘର ଭୀମାଛକ, ବ୍ଲକକଲୋନୀ, କୋଦୁଭଟା, ଓ ଦୁର୍ଗାମଣ୍ଡପ ନିକଟ ଗଣେଶ ପୂଜା ଏବଂ ରାଇଘର ବ୍ଲକର ସବୁଠୁ ବଡ଼ ଆକର୍ଷଣ। ଗଣେଶ ବିସର୍ଜନ ଦିନ ଦେଖିବାକୁ ମିଳିଥାଏ l ଗତବର୍ଷ ବଡ଼ ଆଦମ୍ଭର ସହିତ ବିସର୍ଜନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଚ-ଗୀତର ତାଳେ ତାଳେ ଯୁବକ ଓ ଗ୍ରାମବାସୀ ଆନନ୍ଦ ଉଲ୍ଲାସରେ ଝୁମିଥିଲେ।
ଏ ବର୍ଷ ମଧ୍ୟ ସେହି ପରମ୍ପରା ଜାରି ରହିଛି – ସକାଳୁ ବିଧିବିଧାନ ଅନୁସାରେ ମୂର୍ତ୍ତି ସ୍ଥାପନ, ଆରତୀ, ଭୋଗ ଲାଗି, ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରା ରାଇଘର ବଜାର ରଙ୍ଗୀନ ଆଲୋକ ମାଳାରେ ସଜା ଯାଇଛି।

