ତିହିଡି, ୧୫.୦୯: ଧରାପୃଷ୍ଠରେ ଅବତରଣ କରିଛନ୍ତି ଆଦ୍ୟ ଦେବତା ଗଜାନନ । ଏନେଇ ଗାଁ ଠାରୁ ସହର ସବୁଠୀ ଚଳଚଂଚଳ ହୋଇ ଉଠିଛି । ସ୍କୁଲ କଲେଜ ଓ ସରକାରୀ ଦପ୍ତରରେ ସକାଳ ବେଳା ପୂଜା ହୋଇଥିବା ବେଳେ କେତେକ ସଂଗଠନ ଓ ବେସରକାରୀ ଅନୁଷ୍ଠାନରେ ସଂଧ୍ୟାରେ ପୂଜାରମ୍ଭ ହୋଇଛି । ଏହି ପୂଜାକୁ ସରସ ସୁନ୍ଦର କରିବା ଲକ୍ଷ୍ୟରେ କେତେକ ସଂଗଠନ ସପ୍ତାହବ୍ୟାପୀ ସମାଜସେବା ମୂଳକ କାର୍ଯ୍ୟକ୍ରମମାନ ରଖିଛନ୍ତି । ଅସହାୟ, ଗରିବ ଲୋକଙ୍କୁ କମ୍ବଳ ଛତା ବଂଟନ, ରକ୍ତଦାନ, ଚକ୍ଷ୍ୟୁ ପରୀକ୍ଷା ଓ ଭଜନ ସଂଧ୍ୟା ସହ ଶେଷଦିନରେ ବୃକ୍ଷରୋପଣ କାର୍ଯ୍ୟ ରହିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ଗଣେଷ ପୂଜା ଖୁବ୍ ଯାକଜମକରେ ପାଳିତ ହେଉଅଛି । କମାରିଆସ୍ଥିତ ଆଇ ଏଣ୍ଡ ୟୁ କ୍ଲବ ପକ୍ଷରୁ ଚଳିତ ବର୍ଷ ଗଣେଷ ପୂଜା ୨୯ ବର୍ଷରେ ପଦାର୍ପଣ କରିଛି । ପୂଜକ ସଦାନନ୍ଦ ପାଣି ଓ ଚିତ୍ତରଞ୍ଜନ ପାଣିଙ୍କ ସମେତ କର୍ତ୍ତା ଭାବେ ରବିନାରାୟଣ ଦାଶ କ୍ଲବର ସଭାପତି ଜିତେନ୍ଦ୍ର ପରିଡା, ସମ୍ପାଦକ ପ୍ରଶାନ୍ତ ନାୟକ, ସତ୍ୟନାରାୟଣ ଗୋଥ, ଆଲୋକ ନାୟକ, ସୁଦାମ ସାହୁ, ତରୁଣ ଦାସ, ସୌମ୍ୟରଞ୍ଜନ ପରିଡା, ଆଲୋକ ମଲ୍ଲିକ, ସୁସାନ୍ତ ନାୟକ, ଆଶୋକ ଗୋଚ୍ଛାୟତ, ଜିତେନ୍ଦ୍ର ପାତ୍ର, ଅଲେଖ ମାଝୀ, ଚଗୁଲୁ ଦାସ ଓ ଜିତେନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରୁଛନ୍ତି । ସେହିପରି କୋହ୍ଲ ପଞ୍ଚାୟତ ଅମରପୁର ଗ୍ରାମରେ ବିପଦବନ୍ଧୁ ସେବା ସଂଗଠନ ପକ୍ଷରୁ ୨୦୦୨ ମସିହା ଠାରୁ ପୂଜା ପାଳିତ ହୋଇ ଆସୁଅଛି । ସୋମବାର ପୂଜା ପରେ ମଙ୍ଗଳବାର ଅସହାୟ ଲୋକଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଛି । ବୁଧବାର ବୃକ୍ଷରୋପଣ, ଗୁରୁବାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ, ଶୁକ୍ରବାର ଚକ୍ଷ୍ୟୁ ପରୀକ୍ଷା ଏବଂ ଶନିବାର ଭଷାଣୀ କାର୍ଯ୍ୟକ୍ରମ ରହିଛି । ସଂଗଠନର ସଭାପତି କୈଳାସ ଚନ୍ଦ୍ର ସାହୁ, ସମ୍ପାଦକ ଅଲେଖ ଜେନା, କୋଷାଧ୍ୟକ୍ଷ ରାଜେୟ ବାରିକ, ବଳରାମ ପରିଡା, ସୁଜିତ ସାହୁ, ଲୋକନାଥ ବାରିକ, ସୋନୁ ସାହୁ, ରଜତ ସାହୁ, ରଙ୍ଗାଧର ଜେନା, ଜଗନ ବାରିକ, ବିଜୟ ବାରିକ, ଗୋପିନାଥ ନାୟକ ପ୍ରମୁଖ ପରିଚାଳନା କରୁଛନ୍ତି । କୋହ୍ଲ ଗୋଚ୍ଛାୟତ ସାହିରେ ପୂଜା ପରମ୍ପରା ଚଳିତ ବର୍ଷ ୨୨ ବର୍ଷରେ ପଦାର୍ପଣ କରିଛି । ଶିଳ୍ପୀ ଗୌତମ ଗୋଚ୍ଛାୟତ ଓ ଲକ୍ଷ୍ମୀକାନ୍ତ ଗୋଚ୍ଛାୟତଙ୍କ ତୁଳୀରେ ଚଳିତ ବର୍ଷ ଗଜାନନଙ୍କର ବହୁମୁଖି ନାଗଦେବତାଙ୍କୁ ରକ୍ଷା କରୁଥିବା ବେଶ ତିଆରି କରି ବେଶ ଆକର୍ଷିତ ହୋଇଛନ୍ତି । ସଭାପତି ସୁରେଶ ଗୋଚ୍ଛାୟତ, ସମ୍ପାଦକ ମହାଦେବ ନାୟକ, କୋଷାଧ୍ୟକ୍ଷ ବସନ୍ତ ଗୋଚ୍ଛାୟଙ୍କ ସମେତ ରାଜଚନ୍ଦ୍ର ପାଢୀ, ଚନ୍ଦନ ଗୋଚ୍ଛାୟତ, ବାଦଲ ଗୋଚ୍ଛାୟତ, ବାପୁଜୀ ଗୋଚ୍ଛାୟତ, ଦୀପକ ଗୋଚ୍ଛାୟତ, ଅଭିମନ୍ୟୁ ଗୋଚ୍ଛାୟତ, ଅମର ଗୋଚ୍ଛାୟତ, ଶ୍ୟାମସୁନ୍ଦର ଗୋଚ୍ଛାୟତ, ସାଗର ଗୋଚ୍ଛାୟତ, ଶଶିକାନ୍ତ ଗୋଚ୍ଛାୟତ, ଶ୍ରୀତମ ଗୋଚ୍ଛାୟତ, ବାପୁନୁ ଗୋଚ୍ଛାୟତ, ସିପୁନୁ ଗୋଚ୍ଛାୟତ, ରମାକାନ୍ତ ବଗୋଚ୍ଛାୟତ, ଉମାକାନ୍ତ ଗୋଚ୍ଛାୟତ, ତପୁନା ଗୋଚ୍ଛାୟ, ରାଜୁ ଗୋଚ୍ଛାୟତ, ମୁନା ଗୋଚ୍ଛାୟତ, ମଙ୍ଗରାଜ ଗୋଚ୍ଛାୟତ ପ୍ରମୁଖ ପରିଚାଳନା କରୁଛନ୍ତି । ପୂଜା ପରଦିନ ଠାରୁ ଭଜନ ସମାରୋହ ଓ ଦିବ୍ୟାଙ୍ଗ କଳାକାରମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ସେହିପରି ସିନ୍ଦୋଳ ପଞ୍ଚାୟତ ଆରୁହା ଗ୍ରାମର ଫକିର ମୋହନ ସାହିତ୍ୟ ସାଂସ୍କୃତିକ ସଂଗଠନ ପକ୍ଷରୁ ଗଣେଷ ପୂଜାକ ଚିତାକର୍ଷକ ଓ ଆକର୍ଷିତ ଭାବେ ପାଳନ କରାଯାଇଛି । ଭଜନ ସଂଧ୍ୟା ସହିତ ମେଲୋଡି କାର୍ଯ୍ୟକ୍ରମ ରହିଥିବା ସଂଗଠନ ପକ୍ଷରୁ ସୂଚନା ମିଳିଛି । ବିନ୍ଧାଛକ, ପୀରହାଟ, ଗଦି, ବାହାରପାଳ, ତିହିଡି, ନନ୍ଦପୁର, ଦୋଳସାହି ଆଦି ସ୍ଥାନରେ ଖୁବ୍ ଧୂମଧାମରେ ଏହି ପୂଜା ପାଳିତ ହେଉଅଛି । ଦୈନିକ ଶହ ଶହ ଶ୍ରଦ୍ଧାଳୁ ଭକଙ୍କ ଆଗମନରେ ପୂଜା ମଣ୍ଡପଗୁଡିକ ଫାଟି ପଡୁଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

