ତିହିଡି – ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ୧୬ ସମବାୟ ସମିତି ମଧ୍ୟରୁ ୧୩ଟି ସମିତି ଚଳିତ ବର୍ଷ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣିବା ଲାଗି ପଞ୍ଜିକରଣ କରିଥିବା ସୂଚନା ମିଳିଛି । ୧୩ଟି ସମିତିରେ ୧୧ ହଜାର ୨ ଶହ ୭୮ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାଯାଇଛି । ତେବେ ବ୍ୟାପକ ବନ୍ୟା ହେତୁ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ୩ଟି ସମିତି ଯଥା ଶ୍ୟାମସୁନ୍ଦରପୁର, ବାରସର ଓ ଗାନ୍ଧିନଗର ଚାଷୀଙ୍କ ପଞ୍ଜିକରଣ ହୋଇନଥିବା ଜଣାଯାଇଛି । କେବଳ ବାରସର ସମିତି ପକ୍ଷରୁ ୩ ଜଣ ଚାଷୀଙ୍କ ପଞ୍ଜିକରଣ ପରେ ଏହା ବନ୍ଦ ରହିଛି । ପାଳିଆବିନ୍ଧା ୧,୧୬୦, ନିଶ୍ଚନ୍ତପୁର ୮୩୯, ଭାଟପଡା ୧,୦୯୪, ଅଣ୍ଡରାଇ ୪୨୨,ବିଲଣ । ୬୧୦, ମଙ୍ଗଳପୁର ୧,୨୯୪, ବାମନବିନ୍ଧା ୨,୩୫୭, ଗୁଆମାଳ ୭୮୭, ଅମୃତପୁର ୬୨୭, ଯାମଯୋଡ଼ି ୫୭୯, ଆରସା ୬୨୭, ଚାରିତରଫ ୫୭୬ ଓ ନରେନ୍ଦ୍ରପୁର ସମିତିରେ ୩୦୬ ଚାଷୀ ପଞ୍ଜିକୃତ ହୋଇଥିବା ଜଣାଯାଇଛି । ତେବେ ମହିଳା ଗୋଷ୍ଠିଙ୍କୁ ଧାନ କ୍ରୟ ପାଇଁ ଅନୁମତି ମିଳି ନଥିବାରୁ ସମିତିରେ ଚାଷୀ ପଞ୍ଜିକୃତ ସଂଖ୍ୟା ଅଧିକ ହୋଇଥିବା ଆଲୋଚନା ହେଉଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

