କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାବଳଙ୍କୁ ଏକ ବଡ଼ ସଫଳତା ମିଳିଛି, ଯେଉଁଠାରେ ୩ଟି ପୃଥକ ଅପରେସନ ମାଧ୍ୟମରେ ମୋଟ ୮ ଜଣ ଆତଙ୍କବାଦୀ ସହଯୋଗୀ ବା ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଗିରଫ କରାଯାଇଛି । ହ୍ୟାଣ୍ଡ ଗ୍ରେନେଡ୍, ଏକେ-୪୭ ମାଗାଜିନ୍, ୪ଟି ମୋବାଇଲ୍ ଫୋନ୍ ଏବଂ ଏକ ପ୍ରତିବନ୍ଧିତ ଆତଙ୍କୀ ସଂଗଠନର ପୋଷ୍ଟର ଜବତ କରିଛନ୍ତି ।
ଶୋପିଆନରେ ଆତଙ୍କୀ ଅପରେସନ ୩ ଗିରଫ –
ଶୋପିଆନ ଜିଲ୍ଲାର ଇମାମସାହିବ୍ ଅଞ୍ଚଳରେ ଥିବା ଏକ ପନିପରିବା/ଫଳ ବଗିଚାରେ। ଗୁପ୍ତ ସୂଚନା ଆଧାରରେ ପୋଲିସ ଏବଂ ସେନାର ମିଳିତ ଟିମ୍ ଚଢ଼ାଉ କରି ନଜିର ଅହମ୍ମଦ ୱାନୀଙ୍କ ବଗିଚାରୁ ୩ ଜଣ ସନ୍ଦେହଜନକ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ କାବୁ କରିଥିଲେ। ଆଶିକ ହୁସେନ୍ କୁମାର, ଆରିଫ୍ କୁମାର ଏବଂ ହାରିସ୍ ମଞ୍ଜୁର ଗିରଫ୍ ।
ବିଳମ୍ବିତ ରାତିରେ ପୁଣି ଦ୍ୱିତୀୟ ଅପରେସନ, ୩ ଆତଙ୍କୀ ଗିରଫ-
ଗତକାଲି ସୋମବାର ବିଳମ୍ବିତ ରାତିରେ ସୁରକ୍ଷାବଳ ମୋଟରସାଇକେଲରେ ଯାଉଥିବା ୩ ଜଣ ସନ୍ଦେହଜନକ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ସେମାନେ ହେଲେ ଜୁନେଦ ଅହମ୍ମଦ ଦାର, ଆମିର ୟୁସୁଫ ଏବଂ ଜୁନେଦ ମୁଜାଫର। ସଂଗଠନ ଓ ସାମଗ୍ରୀ: ସେମାନଙ୍କ ନିକଟରୁ ୨ଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ଜଡ଼ିତ ସାମଗ୍ରୀ ଜବତ କରାଯାଇଛି ।
ପୁଲୱାମା ଜଙ୍ଗଲରୁ ୨ ଆତଙ୍କୀ ଗିରଫ-
ପୁଲୱାମାର ରାଜପୋରା ଅଞ୍ଚଳରେ ଥିବା ୟାରୱାନ ଜଙ୍ଗଲ । ସେନା, ପୋଲିସ ଓ ସିଆରପିଏଫର ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରୁ ଗାଁ ଆଡ଼କୁ ଆସୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଲେ ଲତିଫ ଅହମ୍ମଦ ଦିଦାଦ ଏବଂ ଏଜାଜ ଅହମ୍ମଦ ବାଜାଦ। ପୁଲୱାମା ପୋଲିସ, ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୮୩ ବାଟାଲିୟନ ସିଆରପିଏଫ୍ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ସନ୍ଦେହଜନକ ଗତିବିଧିରୁ ସିକ୍ରେଟ ଅପରେସନ-
ଜଙ୍ଗଲ ମଧ୍ୟରୁ ଦୁଇ ଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ଗାଁ ଆଡ଼କୁ ଆସୁଥିବା ବେଳେ ସତର୍କ ସୁରକ୍ଷାବଳ ସେମାନଙ୍କୁ କାବୁ କରିଥିଲେ। ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ସହଯୋଗୀ ହେଲେ, ଲତିଫ ଅହମ୍ମଦ ଦିଦାଦ ଲାସି ଦାବନର ବାସିନ୍ଦା । ଏହି ଓଭର ଗ୍ରାଉଣ୍ଡ ୱାର୍କରମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସେମାନେ ସକ୍ରିୟ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଭାବେ ଲୁଚି ରହିବା ପାଇଁ ସୁରକ୍ଷିତ ଜାଗା ଏବଂ ଖାଦ୍ୟପେୟ ଯୋଗାଇବାରେ ସାହାଯ୍ୟ କରୁଥିଲେ।
ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ-
ସୁରକ୍ଷା ବାହିନୀ ସେନା, ପୋଲିସ ଓ ସିଆରପିଏଫ କେଉଁ ସମୟରେ କେଉଁ ଅଞ୍ଚଳରେ ଚଢ଼ାଉ କରୁଛନ୍ତି, ସେହି ସମସ୍ତ ଗତିବିଧି ଉପରେ ନଜର ରଖି ସେମାନେ ଆତଙ୍କବାଦୀ କମାଣ୍ଡରମାନଙ୍କୁ ସୂଚନା ଦେଉଥିଲେ, ଯାହାଦ୍ୱାରା ଆତଙ୍କବାଦୀମାନେ ଖସିଯିବାରେ ସଫଳ ହେଉଥିଲେ।
ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଥିଲା ବଡ଼ ଯୋଜନା-
ସୁରକ୍ଷାବଳଙ୍କ ଅନୁମାନ ଅନୁଯାୟୀ, ଆଗାମୀ ଦିନରେ କୌଣସି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କିମ୍ବା ଶାନ୍ତି ଭଙ୍ଗ କରିବା ପାଇଁ ସେମାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରାଯାଇଥିଲା, ଯାହାକୁ ସଠିକ୍ ସମୟରେ ଚଢ଼ାଉ କରି ପଣ୍ଡ କରାଯାଇଛି।

