ପ୍ରୟାଗରାଜ: ମାଫିଆ ଅତିକ ଅହମ୍ମଦଙ୍କ ପୁଅ ଉମର ଅହମଦ ଏବେ ଲକ୍ଷ୍ନୌ ଜେଲରେ ବନ୍ଦୀ ରହିଛନ୍ତି । ଭାଇ ଅଲ୍ଲୀ ଅହମଦର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ସାମିଲ ହୋଇଥିଲେ ଉମର ଅହମଦ । ଉମର ଅହମଦ ଲକ୍ଷ୍ନୌ ଜିଲ୍ଲାରୁ ପ୍ରୟାଗରାଜ ନେବା ସମୟରେ ନୱାବଗଞ୍ଜ ଟୋଲ ଗେଟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ କାରକେଡରେ ସାମିଲ ଥିବା ୨୫ରୁ ୩୦ ବ୍ୟକ୍ତିଗତ ଗାଡ଼ି ବିନା ଟୋଲ୍ ଟ୍ୟାକ୍ସ ଦେଇ ଯାଇଥିବା ଅଭିଯୋଗ ହୋଇଛି ।
ଖବର ମୁତାବକ, ଭାଇ ଅଲ୍ଲୀ ଅହମଦଙ୍କ ଅନ୍ତିମ ସଂସ୍କାର ପାଇଁ ଉମର ଅହମଦଙ୍କୁ ଜେଲରୁ କିଛି ସମୟ ପାଇଁ ପାରୋଲ ମିଳିଥିଲା । ଉମରଙ୍କୁ ଲକ୍ଷ୍ନୌ ଜେଲ୍ରୁ ନେଇଯାଉଥିବା ବେଳେ ତାଙ୍କ ସହ ପୋଲିସ ଏସ୍କର୍ଟ ମଧ୍ୟ ଥିଲା । ନୱାବଗଞ୍ଜ ଟୋଲ୍ ପ୍ଲାଜାରେ ପୋଲିସ ଏସ୍କର୍ଟ ଗାଡ଼ି ପଛରେ ଆସୁଥିବା ପ୍ରାୟ ୨୫ରୁ ୩୦ଟି ଘରୋଇ ଗାଡ଼ି ବିନା ଟୋଲ୍ ଦେୟରେ ଚାଲିଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ଅଗଷ୍ଟ ୮ ତାରିଖ ଦିନ ପ୍ରାୟ ୩ଟା ୫୦ ସମୟର ବୋଲି ରିପୋର୍ଟରେ କୁହାଯାଇଛି ।
ଟୋଲ୍ ପ୍ଲାଜା ପ୍ରବନ୍ଧନର ଅଭିଯୋଗ ଅନୁସାରେ, ଏହି ଗାଡ଼ିଗୁଡ଼ିକ ଟୋଲ୍ ଦେୟ ନଦେଇ ଦ୍ରୁତ ଗତିରେ ଟୋଲ୍ ଲେନ୍ ପାର୍ ହେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କର୍ମଚାରୀମାନେ ଗାଡ଼ିଗୁଡ଼ିକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଅଭଦ୍ରତା କରିବା ସହିତ ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ, କିଛି ଗାଡ଼ି ଟୋଲ୍ର ବୁମ୍ ବ୍ୟାରିୟର ଭାଙ୍ଗି ଆଗକୁ ବାହାରିଯାଇଥିଲା । ଏହାସହ ଟୋଲ୍ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର ଓ ଧମକ ଦେବା ଭଳି ଅଭିଯୋଗ ହୋଇଛି । ଟୋଲ୍ ପ୍ଲାଜା ପ୍ରବନ୍ଧନ ନବାବଗଞ୍ଜ ଥାନାରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି । ମାମଲାରେ କିଛି ଗାଡ଼ିର ନମ୍ବର ମଧ୍ୟ ପୋଲିସକୁ ଦିଆଯାଇଛି । ଏବେ ସେନେଇ ତଦନ୍ତ କରିବ ପୋଲିସ । ଘଟଣାର ସତ୍ୟତା ଜାଣିବା ପାଇଁ ଟୋଲ୍ ପ୍ଲାଜାର CCTV ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇପାରେ ।

