ବାଙ୍କୀ : ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରଭାବ ରେ ମହାନଦୀ ଅବବାହିକାରେ ଥିବା କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ର ଦୁଇ ଗୋଟି ଯାକ ବ୍ଲକ୍ ର ୧୬ ଗୋଟି ଗ୍ରାମ ପଞ୍ଚାୟତ ର ଚାଷୀ ପ୍ରଭାବିତ ହୋଇଛନ୍ତି ।
ଚଳିତ ବର୍ଷ ବାଙ୍କୀ ରେ ୧୪ ହଜାର ସାତ ଶହ ହେକ୍ଟର ଜମିରେ ଧାନ ଫସଲ କରିଥିଲେ ଚାଷୀ ।୧୫ ଶହ ହେକ୍ଟର ଜମିରେ ପରିବା ଫସଲ କରିଥିଲେ ଚାଷୀ । ଏବେ ପ୍ରାୟ ଶତକଡ଼ା ୮୦ ଭାଗ ପରିବା ଫସଲ ପାଣି ରେ ବୁଡି ନଷ୍ଟ ହୋଇଯାଇଛି। ଧାନ ଫସଲ ଶାଖା ନଦୀ ର ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ନଷ୍ଟ ହୋଇଯାଇଛି।
ଏବେ ପାଣି ମହାନଦୀ ରୁ ଛାଡିଛି ହେଲେ ବହୁ ଅଞ୍ଚଳ ରେ ପାଣି ମାଡି ରହିଛି।କୃଷି ବିଭାଗ ଓ ରାଜସ୍ଵ ବିଭାଗ ପକ୍ଷରୁ କ୍ଷୟକ୍ଷତି ର ଆକଳନ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ହେଲେ ତୁରନ୍ତ କ୍ଷୟକ୍ଷତି ର ଆକଳନ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ସେପଟେ କ୍ଷତିଗ୍ରସ୍ତ ଅଞ୍ଚଳ କୁ ଯାଇ ବାଙ୍କୀ ର ପୂର୍ବତନ ବିଧାୟକ ଦେବାଶିଷ ପଟନାୟକ କହିଛନ୍ତି ଚାଷୀ ଙ୍କୁ ସହାୟତା ରାଶି ସରକାର ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ।

