ଦମ ଦେଖାଇଲେ ଦୀପ୍ତୀ ମଞରି ।ଗତ ଲଗାଣ ବର୍ଷା ରେ ତିହିଡ଼ି ଥାନା ଅଞ୍ଚଳରେ ତଳି ଅଞ୍ଚଳ ବନ୍ୟା ଜଳ ବହୁ ଗାଁ ଗଣ୍ତା ବେହାଲ ହୋଇଥିବା ବେଳେ କିଛି ବ୍ୟକ୍ତି ଙ୍କ ର ସାହାଯ୍ୟ ଓ ବଦାନ୍ୟତା ଚର୍ଚ୍ଚା ର ବିଷୟବସ୍ତୁ ପାଲଟିଥୀବା ଦେଖିବାକୁ ମିଳୁଥିବାବେଳେ ଏହି ବନ୍ୟା ଜଳ ଖାତିର ନକରି ଜଳବନ୍ଦୀ ଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ନିଜେ ରୋଷେଇ କରି ନିଜେ ଲୋକଙ୍କୁ ଖାଇବାକୁ ଦେବା ନେଇ ବୁଦ୍ଧିଜୀବୀ ମହଲରେ ଜଣେ ମହିଳାଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଉଥିବା

ବେଳେ ସାଧାରଣ ରେ ଚର୍ଚ୍ଚା ପାଲଟିଛି ଦମ ଦେଖାଇଲେ ଦୀପ୍ତୀ ମଞରି ।ସୂଚନା ଅନୁଯାୟୀ ତିହିଡ଼ି ଥାନା ର ପ୍ରଥମ ମହିଳା ଥାନା ଅଧିକାରୀ ଣୀ ଲୋପାମୁଦ୍ରା ନାୟକ ଙ୍କ ପ୍ରୟାସ ଓ ତିହିଡ଼ି ଥାନା ର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ ଏହି ବନ୍ୟା ରେ ଜଳବନ୍ଦୀ ଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ସାଧାରଣ ତିହିଡ଼ି ପୋଲିସ ର କାର୍ଯ୍ୟ କୁ ପ୍ରଶଂସା କରାଯାଉଛି । ସାହସିକତା ଓ ମାନବିକତା ବଳ ରେ ମଣିଷ ମନର ଦୁଃଖ ଦୁର୍ଦ୍ଦଶା କୂ ଦୁର କରି ଶୁଖିଲା ମୁହଁ ରେ ଫୁଟା ଯାଇପାରେ। ଏହାର ଜ୍ବଳନ୍ତ ଉଦାହରଣ ତିହିଡ଼ି ଥାନା ର ସବ ଇନ୍ସପେକ୍ଟର ଦୀପ୍ତି ମଞରି ବଡଯେନା।

