ତିହିଡି- ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଆଜିବି ବନ୍ୟା ପରିସ୍ଥିତି ଗମ୍ଭୀର। ବୟାଙ୍ଗ ଅଞ୍ଚଳ ଯଥା ବାରସର ଓ ଗୋବିନ୍ଧପୁର ପଞ୍ଚାୟତର ଅଧିକାଂଶ ଗାଁରେ ବନ୍ୟାଜଳ ଲହଡି ମାରୁଛି। ଚାଷ ଜମିରେ ପ୍ରାଏ ସାତ/ଆଠ ଫୁଟ ପାଣି ଜମି ରହିଥିବା ବେଳେ ଗାଁ ମୁଣ୍ଡରେ ଛାତିଏ ପାଣି। ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ରୋଷେଇ ପାଣି ସାଇତା ଥିବା ଜାଳ ଓ ଗୃହପାଳିତ ପଶୁଙ୍କ ପାଇଁ ଛଅଣ ଓ କୁଟା ବନ୍ୟା ପାଣିରେ ବୁଡି ରହିଛି l ସପ୍ତାହ ଧରି ବନ୍ୟାର ପ୍ରକୋପ ଜାରି ରହିଥିବା ବେଳେ ବ୍ଲକ ପ୍ରଶାସନ ତରଫରୁ ମୁଣ୍ଡ ପିଛା ଦୁଇ ଶହ ଗ୍ରାମ ଚୁଡା, ଦଶ ଗ୍ରାମ ଗୁଡ ପ୍ରଦାନ କରା ଯାଇଛି l ରବିବାର ଠାରୁ ରନ୍ଧା ଖାଦ୍ୟ ଦିଆ ଯାଉଥିବା ବିପନ୍ନମାନେ କହିଛନ୍ତି। ମାତ୍ର ବିଗତ ୩ ଦିନ ହେଲା ବନ୍ୟାର ସ୍ଥିତି ସୁଧୁରୁଛି ବୋଲି ପ୍ରଶାସନ ସଫେଇ ଦେଇ ଆସୁଥିବା ବେଳେ ପରିସ୍ଥିତି ନକହିବା ଉଚିତ।

ଆଜି ସୋମବାର କୌଣସି ଏକ ସୁଯୋଗ ପାଇ ଏହି ବ୍ଲକରୁ କେତେକ ସାମ୍ବାଦିକ ଗ୍ରାଉଣ୍ଡ ଜିରୋ ଷ୍ଟେଜରେ ପହଁଚିଥିଲେ । ଗୋବିନ୍ଦପୁର ପଞ୍ଚାୟତର ଓରାଳିବିନ୍ଧା, ସାଲପୁର, ପଇତିପୁର, ବାଗସାହିପାଳ ଓ କୃତିବାସପୁର ବିପନ୍ନ ମାନଙ୍କର ସ୍ଥିତି ସଙ୍ଗିନୀ ଥିବା ଜଣା ପଡିଛି। ପୂର୍ବରୁ ବ୍ଲକ ପ୍ରଶାସନ କିଛି ବୁଝୁନଥିଲା ମାତ୍ର ରବିବାର ଜିଲ୍ଲାପାଳ ଉକ୍ତ ଅଞ୍ଚଳ ବୁଲି ଆସିବା ପରେ ବ୍ଲକ ପ୍ରଶାସନ କିଛିଟା ଚଳଚଞ୍ଚଳ ହୋଇଥିବା ବିପନ୍ନଙ୍କ ମୁହଁରୁ ଶୁଣିବାକୁ ମିଳିଛି। ପଇତିପୁରର ଗାଁର ଏଯାବତ ରନ୍ଧ ଖାଦ୍ୟ ଦିଆ ଯାଉନଥିବା ବିପନ୍ନମାନେ ଅଭିଯୋଗ କରୁଥିବା ବେଳେ ୱାର୍ଡ ସଭ୍ୟ ଏହାକୁ ଢାଙ୍କି ଧୂଙ୍କି ଦେଉଥିବା ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଗାଁର କୋଡିଏରୁ ଉର୍ଦ୍ଧ ଗୃହ ପାଳିତ ପଶୁଙ୍କ ଶବ ଦେଖିବାକୁ ମିଳିଛି। ଏଭଳି ସ୍ଥିତିର ସାମୟିକ ମୁକାବିଲା କରିବା ଲାଗି ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସ ନେତା ସତ୍ଯାନନ୍ଦ ରାଉତ ବିପନ୍ନମାନଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ ଅଟା, ବିସ୍କୁଟ ଓ ବୋତଲ ପାଣି ପ୍ରଦାନ କରିଛନ୍ତି। ବ୍ଲକ ପ୍ରଶାସନର ଏତାଦୃଶ ଅବହେଳା ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ବିପନ୍ନମାନଙ୍କୁ ତୁରନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ଦୃଢ ଦାବି କରିଛନ୍ତି। ଶ୍ରୀ ରାଉତଙ୍କ ସହ ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ଯ କୈଳାସ ଚନ୍ଦ୍ର ମାଝୀ, ଉପେନ୍ଦ୍ର ବାରିକ, ଦିଲୀପ ନାୟକ, ଗୋରାବାବୁ ସାହା, ଉତ୍କଳ ମହାନ୍ତି, ଗଣେଶ ପ୍ରସାଦ ପରିଡା, ସିତାଂଶୁ ନାୟକ, ଶୁସାନ୍ତ ସ୍ବାଇଁ, ବଟକୃଷ୍ଣ ନାୟକ, ସନ୍ୟାସୀ ବାରିକ, ପୃଥୀରାଜ ନାୟକ, ଦୀପକ ଭୋଇ, ଶରତ ଧଳ, ଶଶିକାନ୍ତ ପ୍ରଧାନ ଓ ଦିଲୀପ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

