ଡକ୍ଟର ଜ୍ୟୋତିପ୍ରକାଶ ଦାଶ, ପ୍ରଫେସର ହରିକୃଷ୍ଣ ଦାଶ, ଶ୍ରୀ ସତ୍ୟସାଇ ଓଡିଶା ସଂଗଠନର ପୂର୍ବତନ ରାଜ୍ୟ ସଭାପତି ଏବଂ ପୂର୍ବତନ ଅଧ୍ୟକ୍ଷା ଏବଂ ବାଳବିକାଶର ପୂର୍ବତନ ରାଜ୍ୟ ସଂଯୋଜିକା ପ୍ରଭାତୀ ଦାଶଙ୍କର ସୁପୁତ୍ର । ବାସୁଦେବପୁରର ଐତିହାସିକ ରକ୍ତତୀର୍ଥ ଇରମର ମୂଳବାସିନ୍ଦା ଏବେ ସେମାନେ ଭୁବନେଶ୍ୱରରେ ଅବସ୍ଥାପିତ । ଜ୍ୟୋତିପ୍ରକାଶ ଜଣେ ସଚ୍ଚରିତ୍ର, ମେଧାବୀ, ଦକ୍ଷ, କର୍ମଠ ଛାତ୍ର ଥିଲେ । ଶ୍ରୀ ସତ୍ୟସାଇ ବାଳବିକାଶରୁ ନିଜର ଶିକ୍ଷା ଆରମ୍ଭ କରି ବୁର୍ଲା ଇଞ୍ଜିନିୟରିଂ କଲେଜରୁ ପାସ କରି , ଏମ୍ ବି ଏ କଲାପରେ କେନ୍ଦ୍ର ଅଧୀନରେ ଆଇ ଓ ଏଫ୍ ଏସ୍ ଚାକିରୀରେ ଯୋଗ ଦେଇ ନିଜର କାର୍ଯ୍ୟଦକ୍ଷତା ପ୍ରମାଣିତ କରି ଆଜି ସର୍ବଭାରତୀୟ ସ୍ତରରେ “କେନ୍ଦ୍ରୀୟ ନେସନାଲ ଏକାଡେମୀ ଅଫ ଡିଫେନ୍ସ ପ୍ରଡକ୍ସନ”ର “ଡାଇରେକ୍ଟର ଜେନେରାଲ” ଭାବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ନିଯୁକ୍ତି ପାଇବାର ଯୋଗ୍ୟତା ହାସଲ କରିଛନ୍ତି । ସେ ୩୦ ରୁ ଉର୍ଦ୍ଧ୍ବ ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭକରିବାରେ ସଫଳ ହୋଇଛନ୍ତି । ଏହା ଆମ ରାଜ୍ୟ, ଶ୍ରୀ ସତ୍ୟସାଇ ସେବା ସଂଗଠନ, ଶ୍ରୀ ସତ୍ୟସାଇ ବାଳବିକାଶ ଏବଂ ବାସୁଦେବପୁର ରକ୍ତତୀର୍ଥ ଇରମ ପାଇଁ, ଏବଂ ଆଧ୍ୟାତ୍ମିକ ଜୀବନଯାପନ କରୁଥିବା ପିତାମାତାଙ୍କ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ ।

