ରାଜ୍ୟ

ବେଲପାହାଡ଼ ଦୁର୍ନୀତି ଘଟଣା: ସମ୍ବଲପୁର କୋର୍ଟରେ ହାଜର ହେଲେ ପୂର୍ବତନ ଇଓ

Spread the love

ଝାରସୁଗୁଡା:ବହୁଚର୍ଚ୍ଚିତ ବେଲପାହାଡ ଦୁର୍ନୀତି ଘଟଣାରେ ଗତକାଲି ଇଓଡବ୍ଲୁ ମ୍ୟୁନିସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲା ଜାମଡାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କରାଯାଇଥିଲା। ବୂଧବାର ମଧୁସ୍ମିତାଙ୍କୁ ସମ୍ବଲପୁର ଅଣାଯିବା ପରେ ସ୍ଥାନୀୟ ଓପିଆଇଡି କୋର୍ଟରେ ହାଜର କରାଯାଇଛି।

ଦୁର୍ନୀତି ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥ‌ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ମଧୁସ୍ମିତା ସିଂହଙ୍କୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମାଙ୍କଡ଼ାକେଣ୍ଡିଆସ୍ଥିତ ଘରୁ ତାଙ୍କୁ ଗିରଫ କରିଥିଲା।

ସୂଚନା ଅନୁସାରେ, ମଧୁସ୍ମିତା ୨୦୨୩ ଅକ୍ଟୋବର ୪ରୁ ୨୦୨୫ ମେ’ ୩୧ ଯାଏଁ ବେଲପାହାଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବେଲପାହାଡ଼ ମ୍ୟୁନିସିପାଲିଟି ଆକାଉଣ୍ଟରେ ଥିବା ଉନ୍ନତି ଯୋଜନାର ୨ କୋଟିରୁ ଅଧିକ ଟଙ୍କା ହେରଫେର୍ ହୋଇଥିବା ଜଣାପଡ଼ିଥିଲା। ଉନ୍ନତି ଯୋଜନାର ପାଣ୍ଠିକୁ ବିନା କୌଣସି ମଞ୍ଜୁରିରେ ସେ ଅନ୍ୟ ପ୍ରକଳ୍ପ କାମରେ ଲଗାଇ ଦେଇଥିଲେ। ଏପରିକି ଲାଇଟ୍‌ କିଣା ଘଟଣାରେ ସେ ୨୨ ଲକ୍ଷ ୬୨ ହଜାର ଟଙ୍କା ଆତ୍ମସାତ୍‌ କରିଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *