ସମ୍ବଲପୁର: ଫୁଲୁଛି ହୀରାକୁଦ ଜଳଭଣ୍ଡାର । ଏବେ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଲଭଣ୍ଡାରକୁ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବେଶ କରୁଛି l ଭୋର ୩ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୯୬ ହଜାର ୯୭୪ କ୍ୟୁସେକ ଜଳ ପ୍ରବେଶ କରୁଛି । ମାତ୍ର ୬୫ ହଜାର ୫୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।
ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉପରମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ହେଉଥିବାରୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଛି। ବର୍ତ୍ତମାନ ଜଳଭଣ୍ଡାରରୁ ୨ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି ।ଜଳସମ୍ପଦ ବିଭାଗର ଅଧିକାରୀମାନେ ପରିସ୍ଥିତିକୁ ନିରନ୍ତର ସମୀକ୍ଷା କରୁଛନ୍ତି।

