ଉପରମୁଣ୍ଡରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆରିଆ ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି।

ଯାହାଫଳରେ ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦଵାଲି, ତିହିଡ଼ି, ଭଣ୍ଡାରିପୋଖରୀ ବ୍ଲକର ୪୦ରୁ ଉର୍ଦ୍ଧ ପଞ୍ଚାୟତକୁ ବନ୍ୟାପାଣି ପଶିଛି।ରାତି ୯ ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର୧୯.୪୯ ମିଟରରେ ପ୍ରବାହିତ ହେଉଛି।କଣ୍ଟି ଘାଇ ଠାରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟା ଜଳ ନିଷ୍କାସନ ହେଉଛି।ଫଳରେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ,ମାଳଦା,ଷୋଳମପୁର, କୁରିଗାଁ, ବାଲିପୋଖରୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ବନ୍ୟା ଜଳ ପ୍ରଭାବିତ କରିଛି ଗତକାଲିଠାରୁ ତିହିଡ଼ି ବ୍ଲକର ଵିଲଣା, ଵାରୁଅ, କାଶିମପୁର, ଵୋଡକ ଆଦି ଅଞ୍ଚଳ ୨ଦିନ ହେଲା ବନ୍ୟା ଘେରରେ ରହିଛି।

ସେହିପରି ଧାମନଗର ଓ ଚାନ୍ଦବାଲିରେ ମଧ୍ୟ ଗତକାଲି ରାତିରୁ ବନ୍ୟାଜଳ ଦୃତଗତିରେ ବଢୁଥିବାରୁ ଧାମନଗର ୨୦ ପଞ୍ଚାୟତ ଓ ଚାନ୍ଦବାଲିର ୪ପଞ୍ଚାୟତ ବନ୍ୟାରେ ବହୁ ପ୍ରଵାଭିତ ହେବ। ଆରଡି ନିକଟସ୍ଥ ବୋଡକ ଠାରେ ଆଖଣ୍ଡଳମଣି-

କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ ର ବନ୍ୟାଜଳ ଚାଲିବାରୁ ଯୋଗାଯୋଗ ବନ୍ଦ ହେବାରେ ଲାଗିଛି |

