ଲଗାଣ ବର୍ଷା ଯୋଗୁଁ ଦବି ଯାଇଥିବା ନଦୀ ବନ୍ଧ କୁ ବିଧାୟକଙ୍କ ପରିଦର୍ଶନ
ସୋମବାର ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ରାବଣେଶ୍ୱର ଗ୍ରାମରେ ନଦୀବନ୍ଧ ଦବି ଯାଇଛି। ଏହି ଖବର ପାଇ ମଙ୍ଗଳବାର ସକାଳ ୯ ଘଟିକା ସମୟରେ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ତୁରନ୍ତ ଇରିଗେସନ SE ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ବିଧାୟକ ଅଞ୍ଚଳ ବାସୀଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ।