ଦେଶ- ବିଦେଶମୁଖ୍ୟ ଖବର

ଗୋଟିଏ ମଞ୍ଚରେ ମୋଦୀ- ଶେହବାଜ । ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରୁ ସାମ୍ନାକୁ ଆସିଥିବା ଫଟୋରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ । ଗୋଟିଏ ମଞ୍ଚରେ ଗୋଟିଏ ଧାଡ଼ିରେ ଦୁହେଁ ରହିଛନ୍ତି

Spread the love

ନୂଆଦିଲ୍ଲୀ: ଗୋଟିଏ ମଞ୍ଚରେ ମୋଦୀ- ଶେହବାଜ । ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରୁ ସାମ୍ନାକୁ ଆସିଥିବା ଫଟୋରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ । ଗୋଟିଏ ମଞ୍ଚରେ ଗୋଟିଏ ଧାଡ଼ିରେ ଦୁହେଁ ରହିଛନ୍ତି । ଯଦିଓ ଅଲଗା ଅଲଗା ଦିଗରେ ଦୁହେଁ ରହିଛନ୍ତି ମାତ୍ର ପ୍ରଥମ ଧାଡ଼ିରେ ଦୁହିଁଙ୍କୁ ଦେଖିବାକୁ ମିଳିଥିବା ବେଳେ ପହଲଗାମ୍ ଆତଙ୍କୀ ହମଲା ଏବଂ ଅପରେସନ ସିନ୍ଦୂର ପରେ ଗୋଟିଏ ଫ୍ରେମରେ ଦୁହିଁଙ୍କୁ ଦେଖିବାକୁ ମିଳିଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଡାହାଣ ପଟ ଦିଗରେ ମୋଦୀ ଛିଡା ହୋଇଥିବା ବେଳେ ବାମପଟ ଦିଗରେ ପାକ୍ ପ୍ରଧାନମନ୍ତ୍ରୀ ଛିଡା ହୋଇଛନ୍ତି ।ଯଦିଓ ଅପରେସନ ସିନ୍ଦୂର ବେଳେ ଚୀନ ପାକିସ୍ତାନକୁ ସହଯୋଗ କରିଥିବାର ଅଭିଯୋଗ ହୋଇଥିଲା ଏବଂ ପ୍ରମାଣ ମିଳିଥିଲା କିନ୍ତୁ ଆଜିର ମୋଦୀ-ଜିନପିଙ୍ଗ ଆଲୋଚନା ବେଳେ ଚୀନକୁ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ସହ ହାତ ମିଳାଇବାକୁ ଚୀନକୁ ଅନୁରୋଧ କରିଥିବା ବେଳେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ପାଇଁ ଏହି ଆଲୋଚନା ଏକ ଶକ୍ତ ଝଟକା ସଦୃଶ । କାରଣ ଉକ୍ତ ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବି ସାମିଲ ଅଛନ୍ତି । ଚୀନରେ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଏଥିରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଅନ୍ୟ ସମସ୍ତ ଦେଶର ରାଷ୍ଟ୍ରମୁଖ୍ୟମାନେ ଏକ ମଞ୍ଚରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ମଞ୍ଚର ମଝିରେ ଆୟୋଜକ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦେଖାଯାଇଥିଲା, ତାଙ୍କ ପାଖରେ ରୁଷ ରାଷ୍ଟ୍ରପତି ପୁଟିନ ଥିଲେ। ତା’ପରେ ଦୁଇ ନେତାଙ୍କ ପରେ, ପ୍ରଧାନମନ୍ତ୍ରୀ ମୋଦୀ  ଠିଆ ହୋଇଥିବା ଏବଂ ଅନ୍ୟ ପାର୍ଶ୍ୱରେ ତିନି ନେତାଙ୍କ ପରେ, ଶେହବାଜ ସରିଫଙ୍କୁ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ଚାରୋଟି ଦେଶର ମୁଖ୍ୟଙ୍କ ବ୍ୟତୀତ ତୁର୍କୀ ରାଷ୍ଟ୍ରପତି ମଧ୍ୟ ଶିଖର ସମ୍ମିଳନୀର ଗ୍ରୁପ୍ ଫଟୋର ପ୍ରଥମ ଧାଡିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *